ରାଉରକେଲା – ପୁଣି ଖାଲି ପଡିଲା ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ । ରାଜ୍ୟସରକାରଙ୍କ ପାଖରେ ପୁଳା ପୁଳା ଆଇଏଏସ ଓଏଏସ ରହିଛନ୍ତି । ହେଲେ ଏକବର୍ଷ ପାଖା ପାଖି ହେବାକୁ ବସିଲା କିନ୍ତୁ ରାଉରକେଲା ଭଳି ଯାଗାକୁ ଜଣେ ଅତିରିକ୍ତ ଜିଲ୍ଲପାଳ ସରକାର ଦେଇ ପାରିଲେ ନାହିଁ । ଜଣେ ଆଇଏଏସ ଅତିରିକ୍ତ ଦାୟିତ୍ୱରେ ଏହି ପଦବୀ ସମ୍ଭାଳିବା ସହ ରାଉରକେଲା ମହାନଗର ନିଗମ,ସ୍ମାର୍ଟସିଟି ଓ ତାସାଙ୍ଗକୁ ବୀରମିତ୍ରପୁର ପୌରପାଳିକା ଦାୟିତ୍ୱ ମଧ୍ୟ ଚଳାଉଛନ୍ତି ।ଏହାରି ଭିତରେ ସେ ପୁଣି ବିଭିନ୍ନ ସମୟରେ ବାହାରକୁ ଜିବା ସହ କୋର୍ଟକାମ ଆଦି ମଧ୍ୟ କରୁଛନ୍ତି ।
ତେଣୁ ଲୋକେ ଏଠାରେ ପ୍ରଶାସନର ମୁଖ୍ୟଙ୍କୁ ଦେଖିବାକୁ ପାଇବା ସମ୍ଭବ ହେଉନାହିଁ । ଯଦି ସହରକୁ ଭିଆଇପି ଆସିଲେ ତେବେ ତାଙ୍କୁ ସବୁ ଅଫିସ ଛାଡି ସେଇଥିରେ ଜିବାକୁ ପଡିବା ମଧ୍ୟ ସ୍ୱାଭାବିକ କଥା ।ନିକଟରେ ଜଣେ ଟାଣୁଆ ଅଫିସର ସ୍ୱେଧାଦେବ ସିଂଙ୍କର ରାଉରକେଲା ଏଡିଏମ ବାବେ ବଦଳି ହୋଇଥିଲା ।ସେ ବଣେଇ ଠାରେ ଥିବାବେଳେ ଅନେକ ଜନହିତକର କାମ କରିଥିବାରୁ ତାଙ୍କ ଆସିବା ଖବର ପାଇ ସହରରର ଲୋକେ ଖୁସି ଅନୁଭବ କରିଥିଲେ ।ତାଙ୍କ ଲାଗି ଏଠାରେ ବାସଭବନ ନଥିବା ବେଳେ ନାନା କଥା ଆଲୋଚନା ଆରମ୍ଭ ହେବାକ୍ଷଣି ତାଙ୍କର ରାଉରକେଲା ଆସିବା କଥା ସରକାର ବନ୍ଦକଲେ ।ତାଙ୍କୁ ଅଲଗା ଆଡେ ବଦଳି କଲେ । ତେଣୁ ପୁଣି ସେଇକଥା,ଜଣେ ଅଫିସରଙ୍କ ହାତରେ ସେଇ ୪ଟି ଅଫିସ ରହିଲା । ତେବେ ତାଙ୍କୁ ଅନେକ ସମୟରେ ଲୋକେ ମହାନଗର ଅଫିସରେ ପାଉଥିବାରୁ ସମସ୍ତ ଅଫିସ କାମ ଭିତରେ ମହାନଗର ଅଫିସ କାମ ମଧ୍ୟ ଢିଲା ପଡୁଥିବା କୁହାଯାଉଛି ।
ରାଉରକେଲା ଶାସନ କ୍ଷେତ୍ରରେ ବିଭିନ୍ନ ଅଫିସରେ ଅନେକ ପଦବୀ ଖାଲି ରହୁିଥିବାବେଳେ,ବାହାର ଜିଲ୍ଲାର ଅଧିକାରୀ ମାନେ ଏହିସବୁ ଅଫିସକୁ ମାସରେ ଥରେ ଦୁଇଥର ଆସି କାମଚଳାଉଛନ୍ତି ।ଏହା ଦ୍ୱାରା ସରକାରଙ୍କ କାମ ଯାହା ଲୋକଙ୍କ ଲାଗି ହେବା କଥା ତାହା ସଂପୁର୍ଣ ଢିଲା ଅବସ୍ଥାରେ ଚାଲିଛି । ଏହାର ଜ୍ୱଳନ୍ତ ଉଦାହରଣ,ମାପଓଜନ ବିଭାଗ,କାରଖାନା ବିଭାଗ,ଶିକ୍ଷାବିଭାଗ ଅନ୍ୟତମ ।ଅନେକ ଅଫିସରେ କର୍ମଚାରୀ ନାହାନ୍ତି ତାକୁ ଚଳା ଯାଉଛି ,ହେଲେ ଯଦି ଅଧିକାରୀ ନଥିବେ ତେବେ କାମ କେମିତି ଚାଲୁଥିବା ତାହା ଅନୁମାନ କରାଯାଇପାରେ ।