
-
ଏହି ଅବଧି ମଧ୍ୟରେ ୧୨ ଜିଲ୍ଲାରେ ନିଅଂଟିଆ, ୨ ଜିଲ୍ଲାରେ ଅଧିକ ଏବଂ ୧୬ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ରେକର୍ଡ଼
ଭୁବନେଶ୍ଵର, ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧ ଜୁନ୍ ରୁ ୨୨ ଜୁଲାଇ ମଧ୍ୟରେ ୩୮୭.୧ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଏହି ଅବଧି ମଧ୍ୟରେ ସ୍ଵାଭାବିକ୍ ବର୍ଷା ୪୪୮.୯ ମି.ମି. ରହିଥାଏ । ଏହି ଅବଧି ମଧ୍ୟରେ ୧୨ ଜିଲ୍ଲାରେ ନିଅଂଟିଆ, ୨ ଜିଲ୍ଲାରେ ଅଧିକ ଏବଂ ଅବଶିଷ୍ଟ ୧୬ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।