ବଲାଙ୍ଗୀର,ଅଲ୍ ଓଡିଶା ଇପିଏଫ୍ ପେନସନ ଆସୋସିଏସନର ବଲାଙ୍ଗୀର ଜିଲ୍ଲା ଶାଖା କର୍ମକର୍ତ୍ତାଙ୍କ ପକ୍ଷରୁ ସାଂସଦ ଶ୍ରୀମତି ସଂଗୀତା କୁମାରୀ ସିଂଦେଓଙ୍କୁ ପେନସନ ବୃଦ୍ଧି, ସର୍ବନିମ୍ନ ଇପିଏଫ୍ ପେନସନ ୯ ହଜାର କରିବା ସଙ୍ଗେ ମହଙ୍ଗା ଭତ୍ତା ଓ ଚିକିତ୍ସା ବୀମା ଯୋଗାଇ ଦେବା ପାଇଁ ସାଂସଦଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଦାବିକୁ ସାଂସଦ ଶ୍ରୀମତି ସିଂଦେଓ ଆସନ୍ତା ଲୋକସଭାରେ ଉଠାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଗୋଚର କରାଇବା ପାଇଁ ସଂଘ କର୍ମକର୍ତ୍ତାମାନଙ୍କୁ ପ୍ରତିଶୃତି ଦେଇଥିଲେ।
ଏହି ଲିଖିତ ଦାବି ପ୍ରଦାନ କରିବା ସମୟରେ ବଲାଙ୍ଗୀର ଜିଲ୍ଲା ଇପିଏଫ୍ ସଂଘ ସଭାପତି ବିଶ୍ବପ୍ରକାଶ ମିଶ୍ର, ଉପସଭାପତି ଅମୂଲ୍ୟ ମିଶ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।