ଭୁବନେଶ୍ୱର, ଆସନ୍ତାକାଲି (ରବିବାର) ହୀରାକୁଦ ଡ୍ୟାମ୍ ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ । ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ । ରବିବାର ସକାଳ ୯ଟାରେ ହୀରାକୁଦ ଡ୍ୟାମ୍ ର ଗେଟ ଖୋଲିବ । ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ହୀରାକୁଦରୁ ପାଣି ଛଡ଼ାଯିବ । ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳପତନ ୬୧୪. ୩୩ଫୁଟରେ ପହଂଚିଛି ।
ଡ୍ୟାମକୁ ସେକେଣ୍ଡକୁ ୯୧ ହଜାର ୨୪୦ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ପ୍ରାୟ ୩୯ ହଜାର ୫୮୨ ଘନଫୁଟ ଜଳ ନିଷ୍କାସିତ ହେଉଛି । ବନ୍ୟା ଜଳ ଛାଡ଼ିବା ବେଳେ ମହାନଦୀ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ମାଇ୍କ ଯୋଗେ ବିଭିନ୍ନ ସ୍ଥାନରେ ବୁଲି ଲୋକଙ୍କୁ ସତର୍କ କରାଇଛନ୍ତି ।