
କୋରେଇ, ପାଣିକୋଇଲିର ଅଗ୍ରଣୀ ସାମାଜିକ ସଙ୍ଗଠନ ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପର ସଦସ୍ୟ ମାନଙ୍କ ଦ୍ବାରା ଶୁକ୍ରବାର ବିଳମ୍ବିତ ରାତ୍ରୀରେ ୨୦ ନମ୍ବର ଯାତୀୟ ରାଜପଥର ଧନପୁର ଠାରେ ଅଜଣା ଗାଡ଼ି ଧକ୍କାରେ ରାସ୍ତା ପାର୍ଶ୍ବରେ ଥିବା ଏକ ବୁଦା ଭିତରେ ଥିବା ଦଶ ଫୁଟ ଖାଲ ଭିତରକୁ ଗଳିପଡ଼ିଥିବା ଷଣ୍ଢକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଗ୍ରୁପର ସଦସ୍ୟ ବିନାୟକ ବେହେରା ଖବର ଦେବା ପରେ ଗ୍ରୁପର ସମ୍ପାଦକ ମେଘନାଦ ବେହେରା, କୋଷାଧ୍ୟକ୍ଷ ହରେକୃଷ୍ଣ ସାହୁ, ଚିତରଞ୍ଜନ ମଲ୍ଲିକ, ଚିକୁନ ବେହେରା, ସରୋଜ ବୋଇତେଇ, ତ୍ରିଲୋଚନ ସାହୁ, ରବିନ ଘଡ଼ାଇ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଘଞ୍ଚ ବୁଦା ଗୁଡ଼ିକ ସଫାକରିବା ପରେ ଷଣ୍ଢଟିକୁ ରଶି ସାହାଯ୍ୟରେ ଉଦ୍ଧାର କରାଯାଇଥିଲା । ପରେ ଏକ ଅଟୋ ସାହାଯ୍ୟରେ ପାଣିକୋଇଲି ଓଭରବ୍ରିଜ ନିକଟକୁ ଅଣାଯିବା ପରେ ତାର ଚିକିତ୍ସା ଚାଲୁରହିଛି ।