
ମାଲକାନଗିରି, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ପଣସପୁଟ ସଦର ମହକୁମା ଠାରେ ୧୯୬ ୩ ମସିହା ଠାରୁ ମାଲକାନଗିରି ମଙ୍ଗଳ ବିଭାଗ ଅଧିନରେ ଚାଲି ଆସୁଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ଅବସ୍ଥା ଶୋଚନୀୟ ହୋଇପଡିଛି। ନିକଟରେ ଫାଇଭ-ଟି ଅନୁଦାନରେ ସ୍କୁଲର ରୂପାନ୍ତରିତ କରାଯାଇଥିବା ବେଳେ ବର୍ତ୍ତମାନ ତାହାର ଅବସ୍ଥା ଶୋଚନୀୟ। କେବଳ ଅନୁଦାନ ଟଙ୍କାକୁ ଚଳୁ କରି ଜେଇ ଓ ଠିକାଦାର ମଧୁଚନ୍ଦ୍ରିକାରେ ଖାଲି କଲର କରି କାମ ସାରି ଦେଲେ ଯାହା କିଛି ବି କାମ କଲେ ସବୁ ନିମ୍ନମାନର କାର୍ଯ୍ୟ କରାଯାଇଥିବା ବେଳେ ଏବେ ଘର ଗୁଡ଼ିକରେ ବର୍ଷା ପାଣି ଭର୍ତ୍ତି। ପିଲା କିଭଳି କ୍ଲାସରେ ବସିବେ ପାଠ, କେମିତି ପଢିବେ ଚିନ୍ତାର ବିଷୟ ପାଲଟିଛି। ନୂତନ ଭାବରେ ତିଆରି କରାଯାଇଥିବା ସ୍କୁଲର ଅଫିସ୍ ଗୃହ ଛାତରୁ ବର୍ଷା ହେଲେ ପାଣି ଗଳୁଥିବା ଯୋଗୁଁ ପ୍ରଧାନଶିକ୍ଷକ ଏକ ଜରିପାଲ ପକାଇ ଅଫିସ୍ କାମ କରୁଛନ୍ତି। ସ୍କୁଲ ଗୁଡ଼ିକର ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠି ସବୁ ଅଲଗା ଚିତ୍ର ଦେଖିବାକୁ ମିଳିଛି କେବଳ ଜେଇ ଏବଂ ସମ୍ପୃକ୍ତ ଠିକାଦାର ମାନେ ମାଲେ ମାଲ ହେଉଥିବା ବେଳେ କୌଣସି କାର୍ଯ୍ୟ ଠିକ୍ ରୂପେ ହୋଇନଥିବା ଅଭିଯୋଗ ହେଉଛି। ବିଶେଷ କରି ପଣସପୁଟ ସ୍କୁଲ ରୁପାନ୍ତର କାର୍ଯ୍ୟ ଚାଲୁଥିବା ସମୟରେ ଅନେକ ବାର ନିମ୍ନମାନର କାର୍ଯ୍ୟ କରାଯାଉଥିବା ନେଇ ଜେଇଙ୍କୁ ଜଣାଇଥିଲେ ମଧ୍ୟ ସେ କାହା କଥାକୁ କର୍ଣ୍ଣପାତ ନକରି ତରବରିଆ ଭାବେ କାମଟି ଶେଷ କରି ଚାଲିଯାଇଛନ୍ତି। ଯାହାର ପରିଣାମ ଏବେ ନିରିହ ଆଦିବାସୀ ଛାତ୍ର ଛାତ୍ରୀ ମାନେ ଭୋଗୁ ଛନ୍ତି। ତେଣୁ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ନ ଦେଲେ ପିଲାମାନଙ୍କର ପାଠପଢାରେ ନିଶ୍ଚିତ ଭାବରେ ଅସୁବିଧା ସୃଷ୍ଟି ହେବ। ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏହାର ତଦନ୍ତ କରି ସୁସମାଧାନ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।
Posted by: Desk, Indo Kaling Times