ଜୟପୁର, ଭୂ-କମ୍ପର ଝଟକା ଅନୁଭୂତ ହୋଇଛି । କିଛି କିଛି ସମୟ ବ୍ୟବଧାନରେ ଲଗାତାର ତିନି ଥର ଭୂ-କମ୍ପର ଏହି ଝଟକା ଅନୁଭୂତ ହେବା ଫଳରେ ଲୋକ ମାନେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ।
ପ୍ରଥମ ଝଟକା ଭୋର୍ ୪ଟା ୯ ମିନିଟ୍ ସମୟରେ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ଥିଲା ୪.୪ । ଏହାର କେନ୍ଦ୍ରସ୍ଥଳ ଜୟପୁର ଥିଲା । ଦ୍ଵିତୀୟ ଥର ଭୂ-କମ୍ପ ପ୍ରାୟ ୪ଟା ୨୩ ମିନିଟ୍ ସମୟରେ ଆସିଥିଲା । ଏହାର ତୀବ୍ରତା ଥିଲା ୩.୧ ଏବଂ ଭୂ-କମ୍ପର ତୃତୀୟ ଝଟକା ୪ଟା ୨୫ ମିନିଟ୍ ସମୟରେ ଆସିଥିଲା । ଏବଂ ଏହାର ତୀବ୍ରତା ଥିଲା ୩.୪ । ତିନୋଟି ଯାକର କେନ୍ଦ୍ରସ୍ଥଳ ଜୟପୁର ଏବଂ ଏହାର ଆଖପାଖ ଅଂଚଳ ରହିଥିଲା ।
Posted by: Desk, Indo Kaling Times