ଭୁବନେଶ୍ୱର- ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଦ୍ୱାରା ଭାରତରେ ରହୁଥିବା ସଂଖ୍ୟାଲଘୁଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ତେଣୁ ଏହାକୁ ବିଜେଡି ପାର୍ଲାମେଂଟର ଉଭୟ ସଦନରେ ସମର୍ଥନ କରିଛି । ମାତ୍ର ଏନଆରସିକୁ ସମର୍ଥନ କରୁନାହୁଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ।
ନାଗରିକତା ସଂଶୋଧନ ଆଇନ୍ ଉପରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସିଏଏ କେବଳ ଭାରତରେ ରହୁଥିବା ବିଦେଶୀଙ୍କ ପାଇଁ ଲାଗୁ ହେବ । ସିଏଏ ର ଏନଆରସି ସହ କୌଣସି ସମ୍ପର୍କ ନାହିଁ । ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । କୌଣସି ଗୁଜବକୁ ବିଶ୍ୱାସ ନକରିବାପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।