
ବଲାଙ୍ଗିର/ଭୁବନେଶ୍ୱର, ୩୧ ହଜାର ଟଙ୍କା ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ବଲାଙ୍ଗିର ଡିପିସି ଅଫିସରର ଜେଣ୍ଡର କୋଅର୍ଡିନେଟର ପୁଷ୍ପାଙ୍ଗିନୀ ଯୋଶୀ । ହଷ୍ଟେଲ ମେସ୍ ମିଲ୍ ବିଲ୍ ପାସ୍ କରିବା ପାଇଁ ଶୁକ୍ରବାର ଲାଂଚ ନେବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହ ଟଙ୍କା ଜବତ କରିଛନ୍ତି ।
ପାଟଣାଗଡ଼ ବ୍ଲକ ସୋଲବନ୍ଧ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପୂର୍ବତନ ହଷ୍ଟେଲ ଇନଚାର୍ଜ ତାଙ୍କର ବକେୟା ବିଲ୍ ଆଡ଼ଜଷ୍ଟମେଂଟ ଓ ଏନଓସି ସାର୍ଟିଫିକେଟ ପାଇଁ ଡିପିସି ଅଫିସ ଆସିଥିଲେ । ସେଠାରେ ଦାୟିତ୍ୱରେ ଜେଣ୍ଡର କୋଅର୍ଡିନେଟର ପୁଷ୍ପାଙ୍ଗିନୀଙ୍କ ପାଖକୁ ଯାଇ ନିଜର ବିଲ୍ କରିଦେବା ପାଇଁ କହିଥିଲେ । ପୁଷ୍ପାଙ୍ଗିନୀ ବିଲ୍ କରିବା ପାଇଁ ୩୧ ହଜାର ଟଙ୍କା ମାଗିଥିଲେ । ଏନେଇ ଅଭିଯୋଗକାରୀ ଭିଜିଲାନ୍ସଙ୍କୁ ଅବଗତ କରାଇଥିଲେ । ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀ ଅଫିସରେ ଛକି ରହିଥିଲେ । ପୁଷ୍ପାଙ୍ଗିନୀ ଆଜି ଅଫିସରେ ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଭିଜିଲାନ୍ସ ପୁଷ୍ପାଙ୍ଗିନୀ ଠାରୁ ରଙ୍ଗବୋଳା ଟଙ୍କା ଜବତ କରିବା ସହ ଗିରଫ କରିଥିଲା ।
Posted by: Desk, Indo Kaling Times