
ଭୁବନେଶ୍ୱର, ଭୁବନେଶ୍ୱର ସ୍ଥିତ ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଂଟ୍ ତରଫରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସାହାର୍ଯ୍ୟାର୍ଥେ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଶୁକ୍ରବାର ଲୋକସେବା ଭବନ ଠାରେ ଏକାଡେମୀର ଉପାଧ୍ୟକ୍ଷ ଡଃ ଉମାକାନ୍ତ ଦାଶ, ନିର୍ଦ୍ଦେଶକ ଡଃ ଗଙ୍ଗାଧର ମିଶ୍ର ଏବଂ ବିଭାଗୀୟ ମୁଖ୍ୟ ଶ୍ରୀମତୀ ପ୍ରଜ୍ଞା ପରିମିତା ଷଡଙ୍ଗୀ ପ୍ରମୁଖ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସାକ୍ଷାତ କରି ଏହି ସହାୟତା ରାଶି ଡ୍ରାଫ୍ଟ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।
Posted by: Desk, Indo Kaling Times