ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ବନ୍ୟା ସ୍ଥିତିରେ ଆଜି ସକାଳୁ ସୁଧାର ଆସିଛି । ଜିଲ୍ଲାରେ ବିଭିନ୍ନ ପୋଲ ଉପରେ କମିଛି ଜଳସ୍ତର । ପାଙ୍ଗାମ, ପୋଟେରୁ, କାଙ୍ଗୁ ରୁକୋଣ୍ଡା, ଏମଭି ୯୬, ଏମଭି ୯୦, କନ୍ୟାଶ୍ରମ ପୋଲରୁ ପାଣି କମିଛି । ଏବେ ପୋଲ ତଳେ ପ୍ରବାହିତ ହେଉଛି ବନ୍ୟାଜଳ । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ସ୍ଵାଭାବିକ ହୋଇଛି । ସେହିପରି ଏମଭି ୩ ୭ ପୋଲ ଉପରୁ ବନ୍ୟା ଜଳ କମିବା ପରେ ମାଲକାନଗିରି-ବାଲିମେଳା ରାସ୍ତାରେ ଗାଡି ଚଳାଚଳ ଆରମ୍ଭ ହୋଇଛି । ଛତିଶଗଡ଼ ଓ ଆନ୍ଧ୍ରକୁ ମଧ୍ୟ ଯାତାୟତ ସ୍ଵାଭାବିକ ହୋଇଛି । ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଗତକାଲି ଜିଲ୍ଲାର ୫ଟି ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲା । ପୋଲର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଥିଲା । ଯାତାୟତ ପାଇଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏବେ ପାଣି କମିବା ପରେ ଯାତାୟତ ସ୍ଵାଭାବିକ ହୋଇଛି ।
Posted by: Desk, Indo Kaling Times
Related Stories
November 22, 2024