ଗଞ୍ଜାମ, ଓଡ଼ିଶାର ବହୁ ସାମ୍ବାଦିକ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରୁ ବଞ୍ଚିତ ହୋଇଥିବା ଜଣାପଡିଛି। ସରକାରଙ୍କ ପକ୍ଷରୁ ପ୍ରଦତ୍ତ ପୋର୍ଟାଲରେ ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମର ନାମ ଉଲ୍ଲେଖ ରହିଛି। କେବଳ ଏହି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବ୍ୟତିତ ଅନ୍ୟ ସାମ୍ବାଦିକ ମାନେ ଆବେଦନ କରିପାରିବେ ନାହିଁ। ଫଳରେ ଆହୁରି ଅନେକ ଗଣମାଧ୍ୟମରେ ଦୀର୍ଘ ୧୫ରୁ ୨୦ ଵର୍ଷ ଧରି କର୍ତ୍ତବ୍ଯରତ ସାମ୍ବାଦିକ ମାନେଏହି ଯୋଜନାରୁ ବାଦ ପଡି ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏଥିରେ ସର୍ବଭାରତୀୟ ସ୍ତରୀୟ ହିନ୍ଦୁସ୍ଥାନ ସମାଚାର ଭଳି ନିଉଜ ଏଜେନ୍ସିର ଓଡ଼ିଶାର ପ୍ରତିନିଧି ମାନେ ବାଦ ପଡୁଥିଵା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ରାଜ୍ୟ ସରକାର ଘଟଣାର ତଦନ୍ତ କରି ଓଡ଼ିଶାର ସମସ୍ତ ସାମ୍ବାଦିକଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଗଞ୍ଜାମ ଜିଲ୍ଲା ଓୟୁଡଵଲ୍ଯୁଜେ ସଭାପତି ଡାକ୍ତର ହୃଷୀକେଶ ମହାନ୍ତି ଦାବି କରିଛନ୍ତି।
Posted by: Desk, Indo Kaling Times
Related Stories
November 22, 2024