
ଭୁବନେଶ୍ୱର, ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ ଭଦ୍ରକ ଜିଲ୍ଲାରେ ଭାରସାମ୍ୟ ହରାଇ ଓଲଟି ପଡିଛି । ୧୬ ନମ୍ବର ଜାତୀୟ ରାଜପଥରେ ଭଣ୍ଡାରୀ ପୋଖରୀ ଥାନା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସରେ ୬୦ରୁ ଉର୍ଧ ଯାତ୍ରୀ ଥିବା ବେଳେ ୨୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ପାଂଚ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ଓ ସ୍ଥାନୀୟ ଲୋକେ ଆହତ ମାନଙ୍କୁ ଉଦ୍ଧାର କରିଥିଲେ ।
Posted by: Desk, Indo Kaling Times