ନୂଆଦିଲ୍ଲୀ, ଆଜି ଠାରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଖୁବ ଗୁରୁତ୍ୱପୂର୍ଣ ଓ ଏଥିରେ ଜନସାଧାରଣଙ୍କ ସହ ଜଡିତ ଅନେକ ବିଲ ଆସିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି, ପବିତ୍ର ଶ୍ରାବଣ ମାସରେ ଆରମ୍ଭ ହୋଇଥିବା ସଂସଦର ଏହି ମୌସୁମୀ ଅଧିବେଶନ ଖୁବ ଗୁରୁତ୍ୱପୂର୍ଣ । ଗଣତନ୍ତ୍ରର ଏହି ମନ୍ଦିରରେ ଜନସ୍ୱାର୍ଥ ସମ୍ବଳିତ ଅନେକ ପବିତ୍ର କାର୍ଯ୍ୟ କରିବାର ଏହା ଠାରୁ ଉତମ ଅବସର ଆଉ କିଛି ହୋଇ ପାରିବ ନାହିଁ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ମୌସୁମୀ ଅଧିବେଶନରେ ଜନସାଧାରଣଙ୍କ ସହ ଜଡିତ ଅନେକ ବିଲ ଅଣାଯାଉଛି । ଏହା ମଧ୍ୟରେ ନ୍ୟାସନାଲ ରିସର୍ଚ ଫାଉଂଡେସନ ବିଲ, ଡାଟା ପ୍ରଟେକ୍ସନ ବିଲ, ଜନ ବିଶ୍ୱାସ ବିଲ ଭଳି ଅନେକ ଭବିଷ୍ୟୋନ୍ମୁଖୀ ଓ ପରିବର୍ତନକାରୀ ବିଲ ଦେଶକୁ ଏକ ନୂଆ ଦିଗ ପ୍ରଦାନ କରିବ । ଆସନ୍ତୁ ଆମେ ସମସ୍ତେ ସାଂସଦ ଏହି ଅଧିବେଶନକୁ ସାର୍ଥକ ଆଲୋଚନା ମାଧ୍ୟମରେ ଭାରତର ଉଜ୍ୱଳ ଭବିଷ୍ୟତ ପାଇଁ ଜନ ସ୍ୱାର୍ଥ ସହ ଜଡିତ କାମକୁ କ୍ଷୀପ୍ର ଗତିରେ ଆଗକୁ ବଢାଇବା ।
Posted by: Desk, Indo Kaling Times