ଭଦ୍ରକ – ଦୈନିକ ଓଡିଆ ସମ୍ବାଦପତ୍ର କ୍ରାନ୍ତିଧାରାର ୨୩ତମ ସ୍ୱନକ୍ଷତ୍ର ଦିବସ ଜିଲ୍ଲା ସଂସ୍କୃତି ଭବନ ପରିସରରେ ପାଳିତ ହୋଇଯାଇଛି । ଏହି ସ୍ୱନକ୍ଷତ୍ର ସମାରୋହରେ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସାମଲ ସଭାପତିତ୍ୱ କରିଥିବାବେଳେ ବରିÂ ସାମ୍ବାଦିକ ତଥା ୟୁଜେଏ ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ରବିନାରାୟଣ ଖିଲାର ଉକ୍ତ ସଭାର ସଂଯୋଜନା କରି ପ୍ରାତମ୍ଭିକ ସୂଚନା ପ୍ରଦାନ ଥିଲେ । ସରକାରଙ୍କ ପ୍ରୋତ୍ସାହନ ବିନା ଖବର କାଗଜ ଚାଲିପାରିବ । ଏଥିପାଇଁ ଅଦମ୍ୟ ଉତ୍ସାହ, କର୍ତବ୍ୟ ପରାୟଣତା ସହ ପାଠକ ଓ ପାଠିକା ଏବଂ ସାମ୍ବାଦିକ ମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ସାମଲ ତାଙ୍କ ବକ୍ତବ୍ୟରେ କହିଥିଲେ । ପ୍ରାକ୍ତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥି, ପ୍ରାକ୍ତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ବିଶିଷ୍ଟ ଅତିଥି , ନାଟ୍ୟକାର ତଥା ଭଦ୍ରକ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସଭାପତି ସୁଧାକର ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଭଦ୍ରକ ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଧଶକ ମଧୁସୂଦନ ଦାସ ସମ୍ମାନୀତ ଅତିଥି, ସାହିତ୍ୟ ଏକାଡେମୀ ସଦସ୍ୟ ଇଂ ଅଭୟ ସୁତାର, ଅଧ୍ୟାପକ ତଥା ଜିଲ୍ଲା ଲେଖକ ସାମ୍ମୁଖ୍ୟର ସମ୍ପାଦକ ନିହାର ରଂଜନ କର ପ୍ରମୁଖ ସମ୍ମାନୀତ ବକ୍ତା ଭାବେ ଯୋଗଦେଇଥିଲେ । ପ୍ରାରମ୍ଭରେ ପଣ୍ଡିତ ବିଶ୍ୱମ୍ବର ପଣ୍ଡା ବେଦପାଠ କରିଥିବା ବେଳେ ସଂଗୀତ ନିଦେ୍ର୍ଧଶକ ରାମ ନାରାୟଣ ମହାନ୍ତିଙ୍କ ନିଦେ୍ର୍ଧଶନାରେ ଶିଶୁ କଣ୍ଠଶିଳ୍ପୀ ମାନେ ବନେ୍ଦ ଉକ୍ରଳ ଜନନୀ ଗାନ କରିଥିଲେ । ଏହି ସ୍ୱନକ୍ଷତ୍ର ଦିବସ ସମାରୋହରେ ନାଟ୍ୟଶ୍ରୀ ନିର୍ମଳ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ ଜିଲ୍ଲା ପ୍ରତିନିଧି ତାରାଶ୍ରୀ ରବିତନୟ, ଧାମନଗର ବ୍ଲକ ପ୍ରତିନିଧି ସୁଧାକର ଦାଶ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ପ୍ରାରମ୍ଭରେ କବୟତ୍ରୀ ଗିତାରାଣି ଆଇଚଙ୍କ ସଭାପତିତ୍ୱରେ କବି ଡ. ଅନିଲ ଦାସଙ୍କ ସଂଚାଳନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ରମେଶ ସ୍ୱାଇଁ, ମନୋରାମା ରାୟ, ଶକୁନ୍ତଳା ନାୟକ, ରବିନ୍ଦ୍ର ବେହୁରିଆ, ଅତିଥିଭାବେ ରହିଥିବାବେଳେ ସଦାନନ୍ଦ ସାହୁ, ଡ. ହରିହର ନାୟକ, ଚୈତାଳି ଖିଲାର, ପଭାତ ନଳିନୀ , ଅକ୍ଷୟ ଜେନା, ହେମେନ୍ଦ୍ରନାଥ ମହାନ୍ତି, ମନୋଜ ଜେନା , ପ୍ରିତିଲତା ପଣ୍ଡା, ନାରାୟଣ ଚନ୍ଦ୍ର ପ୍ରଧାନ,ମମତା ଦାସ,ଦିପ୍ତିକୟୀ ସାହୁ,ବିଜୟଲକ୍ଷ୍ମୀ ପଣ୍ଡା ,ସଂଯୁକ୍ତା ମହାନ୍ତି ,ସ୍ୱର୍ଣ୍ମଲତା ଜେନା,ରିତୁରେଖା ସ୍ୱାଇଁ ପ୍ରମୁଖଙ୍କ ସମେତ ବହୁ କବ ଓ କବି ଓ କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଏହି କବିତା ପଠୋତ୍ସବରେ ୫୦ରୁ ଉଦ୍ଧ୍ୱର୍ କବି, କବୟିତ୍ରୀ ଯୋଗ ଦେଇଥିଲେ । କୁନି କୁନି ପିଲା ମାନଙ୍କ ଦ୍ୱାରା ନୃତ୍ୟ ପ୍ରତିଯୋଗିତା ଅନୁÂିତ ହୋଇଥିବା ବେଳେ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ସମାଜରେ ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜ୍ଜନ କରିଥିବା ପ୍ରତିଭା- ପ୍ରଖ୍ୟାତ ଚିତ୍ରଶିଳ୍ପୀ ପ୍ରଭାତ କୁମାର ଜେନା, ସଂଗୀତ ନିଦେ୍ର୍ଧଶକ ରାମ ନାରାୟଣ ମହାନ୍ତି, ଶିକ୍ଷାବିତ୍ ପ୍ରିତିଶ କୁମାର ଦାସ,ଲୋକକଳା ଗାୟକ ଉମାକାନ୍ତ ମାଝୀ, କବୟିତ୍ରୀ ମନୋରମା ରାୟ, ସଂଯୁକ୍ତା ମହାନ୍ତି, ସୁଶ୍ରୀ ଅଞ୍ଜନା ମିଶ୍ର, ସ୍ୱର୍ଣ୍ଣଲତା ଜେନା ,ସାମ୍ବାଦିକ ଡ. ହରିହର ନାୟକ, ରାଜେନ୍ଦ୍ର ଜେନା, ଆଶିଷ ଅମିତାଭ ମହାପାତ୍ର, ଗୌରାଙ୍ଗ ଦାଶ, ଶିକ୍ଷାବିତ୍ ପ୍ରମୋଦ ରାଉତ, ସମାଜସେବୀ ସଞ୍ଜୟ କୁମାର ରାଉତ, ସଂଗଠକ କୃଷ୍ଣ ଚନ୍ଦ୍ର ବେହେରା ପ୍ରମୁଖଙ୍କୁ ମାନପତ୍ର, ଉତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଭଦ୍ରକର ଏମଏମ ଡ୍ୟାନ୍ସଗ୍ରୁପର ନିଦେ୍ର୍ଧଶିକା ଦେବଦତ୍ତା ହୋତା (ଏଲି)ଙ୍କ ନୃତ୍ୟାନୁÂାନର କାଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ବାର୍ଷିକ ସ୍ୱନକ୍ଷତ୍ର ଦିବସରେ କ୍ରାନ୍ତିଧାରା ପରିବାର ଯାଜପୁର, ମୟୁରଭଞ୍ଜ, ଖୋର୍ଦ୍ଧା, କେନ୍ଦୁଝର , ବାଲେଶ୍ୱର,ଗଂଜାମ ରାୟଗଡା ସମେତ ବହୁ ଜିଲ୍ଲାର ଜିଲ୍ଲା ପ୍ରତିନିଧି , ବ୍ଲକ ପ୍ରତିନିଧି ଓ ଖବରକାଗଜ ବିତରକ ମାନେ ଯୋଗ ଦେଇଥିଲେ । ଶେଷରେ ଦୈନିକ ଓଡିଆ ସମ୍ବାଦପତ୍ର ‘କ୍ରାନ୍ତିଧାରା’ର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଶରତ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।
Related Stories
December 24, 2024