
ଭୁବନେଶ୍ୱର, ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ବିଜେପିର ପାଂଚ ଜଣିଆ ମହିଳା ସାଂସଦଙ୍କ ପ୍ରତିନିଧି ଦଳ ପଶ୍ଚିମ ବଙ୍ଗର କୋଲକାତା ଓ ଏହାର ଆଖ ପାଖ ଅଂଚଳରେ ନିର୍ବାଚନୀ ହିଂସାରେ ପ୍ରଭାବିତ ଲୋକ ମାନଙ୍କୁ ସାକ୍ଷାତ କରିଛନ୍ତି । ଗତ ପଂଚାୟତ ନିର୍ବାଚନରେ ତୃଣମୂଳ କଂଗ୍ରେସର କର୍ମୀ ମାନଙ୍କ ହିଂସା ଦ୍ୱାରା ଏହି ଅଂଚଳ ଲୋକ ମାନେ ଭୟଭୀତ ଅଛନ୍ତି ।
ଉଲ୍ଲେଖନୀୟ ଯେ ଗତ ପଶ୍ଚିମବଙ୍ଗରେ ପଂଚାୟତ ନିର୍ବାଚନରେ ମହିଳା ମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ହିଂସାର ଜାଂଚ କରିବାକୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପକ୍ଷରୁ ସୋମବାର ଦିନ ଏକ କମିଟି ଗଠନ କରାଯାଇଥିଲା । ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି କମିଟି ଗଠିତ କରାଯିବା ନେଇ ଘୋଷଣା କରିଥିଲେ । ସାଂସଦ ସରୋଜ ପାଣ୍ଡେଙ୍କୁ ଏହି କମିଟିର ସଂଯୋଜକ ନିଯୁକ୍ତ କରାଯାଇଥିବା ବେଳେ ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ଏହି କମିଟିର ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି । ତାଙ୍କ ସହ ଏହି କମିଟିରେ ମହିଳା ସାଂସଦ ରମା ଦେବୀ, କବିତା ପାଟିଦାର, ଓ ସଂଧ୍ୟା ରାୟ ମଧ୍ୟ ସାମିଲ ଥିଲେ । ଏହି କମିଟି ଶୀଘ୍ର ହିଂସା ପ୍ରଭାବିତ ଅଂଚଳ ପରିଦର୍ଶନ କରିବା ସହ ଏହାର ରିପୋର୍ଟ ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କୁ ପ୍ରଦାନ କରିବ ବୋଲି କୁହା ଯାଇଥିଲା ।
Posted by: Desk, Indo Kaling Times