
ଭୁବନେଶ୍ୱର, ଗତ ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଗତ 24 ଘଂଟା ମଧ୍ୟରେ ଆଜି ସକାଳ ୮ଟା ୩୦ ସୁଦ୍ଧା ମାଲକାନଗିରି ସହର ରେ ୧୮୩.୨ ମିମି ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲାରେ ଗତ ୨୪ ଘଣ୍ଟାରେ ଚିତ୍ରକୋଣ୍ଡା ଠାରେ ସର୍ବାଧିକ ୧୯୯ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କୁରୁକୁଣ୍ଡା ଠାରେ ୧୮୫ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ପଡିଆ ଠାରେ ୯୫ ମିମି ଓ ମାଥିଲି ଠାରେ ୭୯ ମିମି ବର୍ଷା ରେକର୍ଡ କରାଯାଇଛି ।
Posted by: Desk, Indo Kaling Times