
ଭୁବନେଶ୍ୱର, ରାଜଧାନୀ ଭୁବନେଶ୍ୱରରେ ଅବକାରୀ ବିଭାଗ ଦ୍ୱାରା ଚଢାଉ କରାଯାଇ ବିରୁଳ ମାତ୍ରାରେ ଗଂଜେଅ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଏହି ମାମଲାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଥିବା ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ ଗୁପ୍ତ ସୂଚନା ଅନୁସାରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ ସମୁଖ ବିଶେଶ୍ୱର ବସ୍ତିରେ ଅବକାରୀ ଟିମ ପକ୍ଷରୁ ଚଢାଉ କରାଯାଇଥିଲା । ଚଢ଼ାଉ ବେଳେ 24 କିଲୋ ଗଂଜେଇ ସହ 5000 ଗଂଜେଇ ସିଗାରେଟ ଜବତ କରା ଯାଇଛି । ଅବକରୀ ଟିମ ଦ୍ୱାରା ଜଣେ ମହିଳା ଗିରଫ କରାଯାଇଛି । ଉଲ୍ଲେଖନୀୟ ଯେ ରାଜଧାନୀରେ ଗତ କିଛି ଦିନ ହେବ ଗଞ୍ଜେଇ ସିଗାରେଟ ପ୍ରବଳ ବିକ୍ରି ହେଉଥିବା ଅବକାରୀ ଟିମ କୁ ସୂଚନା ମିଳିଥିଲା ।
Posted by: Desk, Indo Kaling Times