ଜୟପୁର , ଜୟପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅଟୋ ମାଲିକ ସଂଘ, ଚାଳକ ସଂଘ ସହ ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଛି । ଗତ ଦିନରେ ଜୟପୁର ନାଗରିକ କମିଟି ତରଫରୁ ଅଟୋ ଦର ର୍ନିଦ୍ଧାରିତ କରିବା ସହ ସହରରେ ଟାଉନ ବସ ଚଳ ପ୍ରଚଳ କରିବାକୁ ଦାବି କରାଯାଇଥିଲା । ଜୟପୁର ଠାରୁ ଜିଲା ଚିକିତ୍ସାଳୟ, ରେଳ ଷ୍ଟେସନ, ଏୟାର ପୋର୍ଟ, ଆଦର୍ଶ ବିଦ୍ୟାଳୟ ବସ ଷ୍ଟାଣ୍ଡ ଠାରୁ ବହୁ ଦୁରରେ ରହିଛି । ଲୋକ ମାନେ ଚାଲିକି ଯାଇ ପାରୁ ନାହାଁନ୍ତି । ଅଧିକା ଦର ଦେଇ ଅଟୋରେ ଯିବାକୁ ପଡୁଛି । ଅଟୋରେ କାହାରି ମିଟର ନାହିଁ । ଅଟୋ ଚାଳକ ମାନେ ମନ ଇଛା ଟଙ୍କା ଦାବି କରୁଛନ୍ତି । ଯାତ୍ରୀ ମାନେ ହଇରାଣ ହରକତ ହେଉଛନ୍ତି । ସେଥି ପାଇଁ ଟାଉନ ବସ ଗୋଟିଏ ଚଳା ଚଳ କରିବାକୁ ନାଗରିକ କମିଟିର ସଭାପତି ମିନ କେତନ ଦାସ ଦାବି କରିଥିଲେ । ଜୟପୁର ନାଗରିକ କମିଟିର ଦାବିକୁ ଜୟପୁର ଉପଖଣ୍ଡ ପ୍ରଶାସନ ଗୁରୁତର ସହ ନେଇ ବୈଠକ ଡକାଇଥିଲେ । ଜୟପୁର ଉପ ଜିଲାପାଳ ବେଦ ବର ପ୍ରଧାନଙ୍କ ଆହ୍ୱାନରେ ଅନୁଷ୍ଠିତ ବୈଠକରେ ଏସଡିପିଓ ହରିସି ବିସି, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ପୌର କାଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, ତହସିଲଦାର ସାଗରିକା ଷଡଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ସମସ୍ତ ଅଟୋର ପଞ୍ଜିକରଣ କରାଯାଇ ନମ୍ବରିଙ୍ଗ କରାଯିବ । ସମସ୍ତ ଡ୍ରାଇଭର ଓ ମାଲିକର ନମ୍ବର ଅଟୋ ପଛରେ ରହିବ । ସମସ୍ତ ଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ । ରାସ୍ତା କଡରେ ବସି ବିକ୍ରି କରୁଥିବା ବିକାଳିକୁ ମଧ୍ୟ ପରିଚୟପତ୍ର ପ୍ରଦାନ କରାଯିବ । ପୋଲିସ ଓ ପୌର ପାଳିକା ମିଳିତ ଭାବେ ପଞ୍ଜି କରଣ କରାଯିବ । ଦର ନିଦ୍ଧାରଣ ହୋଇପାରି ନଥିଲା । ଆସନ୍ତା ଅଗଷ୍ଟ ୧୫ ତାରିଖ ପରେ ଦର ନିର୍ଦ୍ଧାରଣ ହେବ ବୋଲି ନିଷ୍ପତି ହୋଇଛି । ସହରରେ ମନ ଇଛା ରହିଥିବା ହମ୍ପସ ହଟାଯିବ । ୱେଲକମ ଛକ ଠାରୁ ସଙ୍ଗିତ ହୋଟେଲ ଯାଏ ରାସ୍ତା କଡରୁ ବିକାଳିକୁ ହଟାଯିବା ସହ କୌଣସି ଅଟୋ ଉକ୍ତ ରାସ୍ତାରେ ପ୍ରବେଶ ମନା କରାଯାଇଛି ।
ବାରିଣିପୁଟ ଠାରୁ ରେଳ ଷ୍ଟେସନ, ଓୟାର ପୋର୍ଟ, ଜିଲା ହସପିଟାଲ କୁ ସହର ଦେଇ ସିଟି ବସ ଚଳା ଚଳ କରିବାକୁ ଆଲୋଚନା କରାଯାଇଛି । ବୈଠକରେ ନାଗରିକ କମିଟିର ସଭାପତି ମିନ କେତନ ଦାସ, ସୁରେଶ ଦାଶ, ଅଟୋ ମାଲିକ ସଂଘର ଅନିଲ କୁମାର ପଣ୍ଡା, ଉପ ସଭାପତି କାହ୍ନୁ ଚରଣ ଗନ୍ତାୟତ, ଆଇନଜୀବି ଚିନ୍ମୟି ସାହୁ , ଆରଟିଓ, କର୍ମଚାରି, ଅଟୋ ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।
Posted by: Desk, Indo Kaling Times