ଭୁବନେଶ୍ୱର, ବିଜେପି ଓ ବିଜେଡିକୁ ନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କଟାକ୍ଷ କରିଛନ୍ତି । ସେ ଉଭୟ ଦଳକୁ ଗୋଟେ ବୋଲି କହିଛନ୍ତି । ସେ କହିଛନ୍ତି, ବିଜେଡି ସମଦୂରତା କଥା କହୁଛି ହେଲେ କାର୍ଯ୍ୟରେ ବିଜଡି ବିଜେପି ସହ ଅଛି । ସେ କହିଛନ୍ତି ଯେ. ବିଜେପି ଓଡ଼ିଶାରେ 5ଟଟି ସଚିବଙ୍କ ବିରୋଧରେ କହୁଛି । ହେଲେ କେନ୍ନ୍ଦ୍ରରେ ବିଜେପି ସରକାର ରହିଛି । କେନ୍ଦ୍ରରେ ବିଜେପି ସରକାର ଥିବାରୁ ସେ ଚାହିଁଲେ କେନ୍ଦ୍ରକୁ ଡାକିନେଇ ପାରିବେ ।
ଶ୍ରୀ ମିଶ୍ର କହିଛନ୍ତି ଯେ ତାହା ନକରି ମୁଖ୍ୟ ସଚିବଙ୍କୁ ଚିଠି ଲେଖି ବିଜେପି ନେତା ମାନେ ଭ୍ରମିତ କରୁଛନ୍ତି ।
ସେ କହିଛନ୍ତି ଯେ ସବୁ ବିଲ୍ରେ ଲୋକସଭା, ରାଜ୍ୟସଭାରେ ବିଜେଡି ସମର୍ଥନ କରୁଛି । ଭୟ ଅଛି ବୋଲି ବିଜେଡି ଏପରି କରୁଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଅନ୍ୟ ଆଡେ ତଦନ୍ତକାରୀ ସଂସ୍ଥା ରେଡ୍ କରୁଛି ହେଲେ ଓଡ଼ିଶାରେ କରୁ ନାହିଁ । ଏଥିରୁ ପ୍ରମାଣିତ ସେମାନେ ଗୋଟେ ବୋଲି ସେ କହିଛନ୍ତି ।
Posted by: Desk, Indo Kaling Times