ଶ୍ରୀ ମନମୋହନ ଭଞ୍ଜ ପୁରୀ ଜିଲ୍ଲାର ଏକ ଉଦୟମାନ ଟାଏକୋଣ୍ଡୋ କ୍ରୀଡାବିତ | ଯିଏ ଓଡିଶା ତଥା ପୁରୀ ଜିଲ୍ଲାରୁ ଏକ ମାତ୍ର ଟାଏକୋଣ୍ଡୋ ଖେଳାଳି | ବିଶ୍ୱ ଟାଏକୋଣ୍ଡୋ ମୁଖ୍ୟାଳୟ ଦକ୍ଷିଣ କୋରିଆ ସିଓଲ ସ୍ଥିତ କୁକିୟନ ଠାରେ ଚଳିତ ଜୁଲାଇ ମାସ 6 ତାରିଖରୁ 14ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟର କୋର୍ସ ଓ ଅନ୍ତର୍ଜାତୀୟ ପୁମ ଓ ଡାନ ବ୍ଲାକ ବେଲ୍ଟ ପରୀକ୍ଷକ କୋର୍ସରେ ସଫଳତା ହାସିଲ କରିଛନ୍ତି।
ବର୍ତ୍ତମାନ ସେ ଓଡିଶା ଟାଏକୋଣ୍ଡୋ ସଙ୍ଘ ଓ ପୁରୀ ଜିଲ୍ଲା ସଙ୍ଘର ସାଧାରଣ ସମ୍ପାଦକ ରୂପେ କାର୍ଯ୍ୟ କରୁଛନ୍ତି।
ଟାଏକୋଣ୍ଡୋରେ ଅନ୍ତର୍ଜାତୀୟ କୋର୍ସ କରିବାରେ ସେ ପୁରୀ ଜିଲ୍ଲାର ପ୍ରଥମ ଯାହା ବିଶ୍ୱ ମାନଚିତ୍ର ରେ ଏକ ବଡ ଗର୍ବ ଆଉ ଗୌରବ ଆଣିଦେଇଛନ୍ତି।
ଭଞ୍ଜଙ୍କ ଏହି ସଫଳତା ପାଇଁ ରାଜ୍ୟର ସମସ୍ତ ଟାଏକୋଣ୍ଡୋ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଖୁସିର ଲହଡ଼ି ଖେଳିଯାଇଛି |
ଆଜି ପୁରୀ ଜିଲ୍ଲାର ସମସ୍ତ ଟାଏକୋଣ୍ଡୋ ପ୍ରେମୀ ଭଞ୍ଜଙ୍କୁ ପୁରୀ ରେଲୱେ ଷ୍ଟେସନରେ ସ୍ୱାଗତ ଆଉ ସମ୍ବର୍ଦ୍ଧନା ଜଣାଇଛନ୍ତି |