ଧର୍ମଶାଳା, ଯାଜପୁର ଜିଲାରେ ଅଘଟଣ । ଭୁଷୁଡିଲା ୧୬ ନଂ ଜାତୀୟ ରାଜପଥ । ଜାତୀୟ ରାଜପଥରେ ଥିବା ସେତୁ ଆଜି ଭୁଷୁଡି ଯାଇଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ନିକଟରେ । ଆଜି ଭୋରରୁ ଏଭଳି ଘଟଣା ଘଟିବା ପରେ ଭୁବନେଶ୍ଵର-ବାଲେଶ୍ଵର ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଛି । ରସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଗାଡି ଅଟକି ରହିଥିବା ବେଳେ ଏଭଳି ଘଟଣାକୁ ଦେଖିବା ପାଇଁ ସ୍ଥାନୀୟ ଅଂଚଳର ଶହଶହ ଲୋକଙ୍କ ଭିଡ ଜମିଛି।
ସୂଚନା ମୁତାବକ, ଯାଜପୁର ଜିଲା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ ରସୁଲପୁର ବ୍ଲକ କୁଆଖିଆ ନିକଟରେ ହଠାତ୍ ବ୍ରିିଜ୍ ଦବି ଯାଇଥିଲା । ପ୍ରାୟ ୧୦ ଫୁଟ୍ ତଳକୁ ଦବି ଯାଇଥିବା ବେଳେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଗାଡି ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି । ତେବେ ଏହି ସମୟରେ କୌଣସି ଗାଡି ଚାଲୁ ନଥିବା ବେଳେ ଏକ ବଡ ଦୁର୍ଘଟଣା ଟଳି ଯାଇଛି । ଭୁବନେଶ୍ଵର-ବାଲେଶ୍ଵର ମଧ୍ୟରେ ଯାତାୟତ କରୁଥିବା ଗାଡି ଗୁଡିକ ବହୁ ସମୟ ଛିଡା ହେବା ଫଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନ୍ୟ ମୁଖ୍ୟ ରାସ୍ତା ପଟେ ଗାଡିକୁ ଛାଡି ଥିବା ଜଣାପଡିଛି । ତେବେ ବ୍ରିଜ୍ ଟି କେଉଁ ପରିସ୍ଥିତିରେ କିଭଳି ଦବିଲା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଲଗାଣ ବର୍ଷା କିମ୍ବା ନିମ୍ନମାନର କାମ ପାଇଁ ବ୍ରିଜ୍ ଟି ଦବି ଯାଇଥିବା ଅନୁମାନ କରାଯାଉଛି । କୁଆଖିଆ ପୋଲିସ ଓ ଜାତୀୟ ରାଜପଥ ଅଧିକାରୀ ଘଟଣାସ୍ଥଳରେ ପଂହଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।
Posted by: Desk, Indo Kaling Times