ବଲାଙ୍ଗିର, ବଲାଙ୍ଗିରର ସମାଜସେବୀ ତଥା ଯୁବ ବ୍ୟବସାୟୀ ସର୍ବାଶିଷ ମହାପାତ୍ରଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୧ ବର୍ଷ ହୋଇଥିଲା । ଗତ କିଛି ଦିନ ଧରି ସର୍ବାଶିଷ ଜଣ୍ଡିସ୍ ରୋଗରେ ପୀଡିତ ହୋଇ ସ୍ଥାନୀୟ ସ୍ଵରାଜ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ହସ୍ପିଟାଲରେ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ବେ ଗତକାଲି ରାତି ପ୍ରାୟ ୨ଟା ସମୟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ସର୍ବାଶିଷ ଜଣେ ସରଳ ଓ ନିଷ୍କପଟ ମଣିଷ ଭାବରେ ପରିଚିତ ଥିଲେ। ସ୍ଵେଞ୍ଜ କମ୍ପୁଟର ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଭାବରେ କମ୍ପୁଟର ଶିକ୍ଷା କ୍ଷେତ୍ରରେ ସେ ବଲାଙ୍ଗିର ଜିଲ୍ଲାରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିଲେ। ମୃତ୍ୟୁ ଖବର ପାଇବା ପରେ ସର୍ବାଶିଷଙ୍କ ମାଲପଡା ସ୍ଥିତ ବାସଭବନରେ ବନ୍ଧୁ ପରିଜନଙ୍କ ଭିଡ ଜମିଥିଲା। ସର୍ବାଶିଷଙ୍କ ମୃତ୍ୟୁ ଶଯ୍ୟାରେ ତାଙ୍କର ସ୍ତ୍ରୀ, ଗୋଟିଏ ପୁଅ, ଗୋଟିଏ ଝିଅ ଉପସ୍ଥିତ ଥିଲେ। ଜଣେ ଦରଦୀ ଓ ମେଳାପୀ ମଣିଷ ଭାବରେ ଜଣାଶୁଣା ସର୍ବାଶିଷଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନାଯୋଗ୍ଯ ଯେ, ସର୍ବାଶିଷଙ୍କ ପିତା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଓ ମା ଜଣେ ଗୃହିଣୀ ଅଟନ୍ତି। ମାତାପିତାଙ୍କ ଉପସ୍ଥିତିରେ ପୁଅଙ୍କ ଅକାଳ ବିୟୋଗ ପରି ଦାରୁଣ ଦୁଃଖ ସମସ୍ତଙ୍କୁ ମର୍ମାହତ କରିଛି।
Posted by: Desk, Indo Kaling Times