-
ଗତ ୨୪ ଘଂଟାରେ ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରିୟ ସହ ହାରାହାରି ୨୨.୫ ମି.ମି. ବର୍ଷା ରେକର୍ଡ : ବଲାଙ୍ଗୀର ଜିଲ୍ଲାର ଗୁଡଭେଲାରେ ସର୍ବାଧିକ ୨୯୬.୪ ମି.ମି. ବର୍ଷା ରେକର୍ଡ
ଭୁବନେଶ୍ଵର, ସକ୍ରିୟ ମୌସୁମୀ ପ୍ରଭାବରେ ଗତ ୩ ଦିନରେ ୧୨ ପ୍ରତିଶତ ନିଅଂଟିଆ ଭରଣ ସହ ରାଜ୍ୟରେ ମୌସୁମୀର ସ୍ଥିତି ସ୍ଵାଭାବିକ୍ ହୋଇଛି । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧ ଜୁନ୍ ରୁ ୧୮ ଜୁଲାଇ ମଧ୍ୟରେ ୩୩୦.୩ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୩୯୪.୧ ମିମି ତୁଳନାରେ ୧୬ ପ୍ରତିଶତ କମ୍ ।
ଗତ ୨୪ ଘଂଟାରେ ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରିୟ ସହ ହାରାହାରି ୨୨.୫ ମି.ମି. ବର୍ଷା ରେକର୍ଡ ହୋଇଛି, ଯାହା ସ୍ଵାଭାବିକ୍ ବର୍ଷା ୧୧.୩ ମି.ମି. ତୁଳନାରେ ୯୮ ପ୍ରତିଶତ ଅଧିକ । ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ୭୬.୪ ମି.ମି. ବର୍ଷା ସହ ୭୦୫ ପ୍ରତିଶତ ଅଧିକ ରହିଛି ।
ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ଗୋଟିଏ ସ୍ଥାନରେ ଅତ୍ୟନ୍ତ ପ୍ରବଳ, ୩ ସ୍ଥାନରେ ଅତି ପ୍ରବଳ ଏବଂ ୧୨ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଂଟାରେ ବଲାଙ୍ଗୀର ଜିଲ୍ଲାର ଗୁଡଭେଲାରେ ସର୍ବାଧିକ ୨୯୬.୪ ମି.ମି. ବର୍ଷା ରେକର୍ଡ ହୋଇଛି । କଳାହାଣ୍ଡିର ଥୁଆମୂଳ ରାମପୁରରେ ୧୮୯ ମିମି, କର୍ଲାମୁଣ୍ଡାରେ ୧୮୪ ମି.ମି., ବଲାଙ୍ଗୀର ସହରରେ ୧୬୩ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
Posted by: Desk, Indo Kaling Times