ଯାଜପୁର, ଯାଜପୁର ଜିଲ୍ଲା କୁଆଖିଆ ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ରସୁଲପୁର ନିକଟରେ ଥିବା ପୋଲ ମଙ୍ଗଳବାର ଭୋର୍ ସମୟରେ ଭୁଶୁଡ଼ି ପଡିବାରୁ ସେହି ରାସ୍ତାରେ ଯାତାୟତ ଠପ୍ ହୋଇଯାଇଛି । ଖବର ପାଇ ପୋଲିସ ପ୍ରଶାସନ ପହଂଚି ଉଭୟ ପାଶ୍ୱର୍ରୁ ରାସ୍ତାକୁ ବନ୍ଦ କରିଥିଲେ । ବର୍ତମାନ ଗୋଟିଏ ରାସ୍ତାରେ ଗାଡି ଯିବା ଆସିବା କରୁଛି ।
ପୋଲଭୁଷୁଡି ପଡିଛି ହେଲେ କାହାରି ଧନଜୀବନ କ୍ଷତି ହୋଇ ନଥିବା ଜଣାପଡିଛି । ପୋଲଭୁଷୁଡି ବାର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ୨୦୦୭-୦୮ ମସିହାରେ ଏହି ପୋଲଟି ନିର୍ମାଣ ହୋଇଥିବା କୁହାଯାଉଛି । ନିମ୍ନମାନର କାର୍ଯ୍ୟ ଯୋଗୁଁ ଏପରି ହୋଇଥିବା ସ୍ଥାନୀୟ ଅଂଚଳବାସୀ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
Posted by: Desk, Indo Kaling Times