-
ବେଆଇନ ଧର୍ମାନ୍ତରୀକରଣ ଏବଂ ଗୋହତ୍ୟା ବନ୍ଦ ପାଇଁ ବାର୍ତ୍ତା,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଭାରତକୁ ସମ୍ପୂର୍ଣ୍ଣ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯିବା ସପକ୍ଷରେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ଵତୀ ପୁଣିଥରେ ମତ ଦେଇଛନ୍ତି । ଗଜପତି ନଗରରେ ଗଣେଶ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ସେ କହିଲେ ହିନ୍ଦୁମାନେ ଅଧିକ ସ୍ଵାଭିମାନୀ । ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ
କରାଯିବା ଯଥାର୍ଥ ପଦକ୍ଷେପ । ସନାତନ ହିନ୍ଦୁ ପରମ୍ପରାର ସୁରକ୍ଷା ପାଇଁ ପ୍ରତ୍ୟେକ ହିନ୍ଦୁ ସଂକଳ୍ପ ନେବା ଉଚିତ । ବେଆଇନ ଧର୍ମାନ୍ତରୀକରଣ ଏବଂ ଗୋହତ୍ୟା ବନ୍ଦ ପାଇଁ ସେ ପରାମର୍ଶ ଦେଇଛନ୍ତି ।ସେ କହିଲେ ଗୋମାତାଙ୍କୁ ପୂଜା କରିବା ହିନ୍ଦୁ ଶାସ୍ତ୍ରରେ କୁହାଯାଇଛି ।
ତେଣୁ ଭାରତରେ ଗୋହତ୍ୟା ସମ୍ପୂର୍ଣ୍ଣ ବନ୍ଦ ପାଇଁ ସରକାର କଠୋର ଆଇନଗତ ବ୍ୟବସ୍ଥା ଗ୍ରହଣ କରିବା ଉଚିତ । ହିନ୍ଦୁ ସଂସ୍କୃତିକୁ ସାଧୁସନ୍ଥ ବଞ୍ଚାଇ ରଖିଛନ୍ତି । ବିକାଶ ନାମରେ ଜଳ ଓ ଜଙ୍ଗଲର ବ୍ୟାପକ ଅବକ୍ଷୟ
ହେଉଛି । ପ୍ରକୃତିର ସୁରକ୍ଷା କରାନଗଲେ ବିପତ୍ତି ଭୋଗିବାକୁ ପଡ଼ିବ।ଶାସନ ତନ୍ତ୍ର ସନାତନ ହିନ୍ଦୁ ପରମ୍ପରା ଅନୁଯାୟୀ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଇଶ୍ୱର ଜଗତକୁ ସୃଷ୍ଟି କରିଛନ୍ତି |ଇଶ୍ୱର ଙ୍କ ଉପସ୍ଥିତକୁ ସମସ୍ତେ ଉପଲବ୍ଧି କରୁଛନ୍ତି କିନ୍ତୁ କିଛି ଲୋକ ଇଶ୍ୱରଙ୍କ ସତ୍ତାକୁ ଅଜ୍ଞାନତା ବଶତଃ ଉପସ୍ଥିତି ଜାଣିପାରୁନାହାନ୍ତି |ଏହି ବସ୍ତୁବାଦୀ ଦୁନିଆଠୁ ନିଜକୁ ଦୁରେଇ ଇଶ୍ୱରଙ୍କ ପ୍ରତି ସମର୍ପିତ ଭାବନା ଆଣିପାରିଲେ ନିଶ୍ଚିତ ଇଶ୍ୱରଙ୍କ ସତ୍ତା ଉପଲବ୍ଧି କରିପାରିବେ |ସେମାନେ ଜାଣିରଖିବା ଉଚିତ ଶୋଷ ଅଛି ମାନେ ପାଣି ଅଛି ଏହି ଜୀବ ଜଗତ ଅଛି ମାନେ ଭଗବାନ ଅଛନ୍ତି ବୋଲି ଏହି ସତ୍ୱକୁ ମନେରଖିବା ଉଚିତ |ଅଜ୍ଞାନ, ଅହଂକାର ରୁ ଦୁରେଇ ଜ୍ଞାନ ସ୍ୱରୂପ ଆନନ୍ଦ ପ୍ରାପ୍ତ କରିବା ସହିତ ଜଣେ ନିଜକୁ ମୃତ୍ୟୁଞ୍ଜୟ କରିବାରେ ସକ୍ଷମ ହୋଇପାରିବେ |
ଗଜପତି ନଗର ଯୁବ ଉନ୍ନୟନ ପରିଷଦ ପକ୍ଷରୁ
ଚାରିଦିନ ଧରି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶୁକ୍ରବାର ଯଜ୍ଞରେ ପୂର୍ଣ୍ଣାହୂତି ପ୍ରଦାନ କରାଯାଇଛି । ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ ସେଥିରେ ଯୋଗ ଦେଇଥିଲେ। ପରିଷଦ ସଭାପତି ଲୋକନାଥ ପାଣି, ତ୍ରିନାଥ ମହାପାତ୍ର,
ପ୍ରଦୀପ କୁମାର ଦାସ, ବିଚିତ୍ରାନନ୍ଦ ଶତପଥୀ, ତ୍ରିନାଥ ପ୍ରଧାନ ପରିଚାଳନା କରିଥିଲେ।
Posted by: Desk, Indo Kaling Times