କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀମନ୍ଦିର ଚାରି ଦ୍ୱାର ଦର୍ଶନ କିଏ ବନ୍ଦ କରିଛନ୍ତି କଣ ପାଇଁ ବନ୍ଦ କରିଛନ୍ତି କାହା ନିର୍ଦ୍ଦେଶ ରେ ବନ୍ଦ ଅଛି ?କୋଭିଡ଼ ପର ଠାରୁ ଶ୍ରୀମନ୍ଦିର ର ଅନ୍ୟ ଦ୍ୱାରରେ ଭକ୍ତ ଙ୍କ ପ୍ରବେଶ କଟକଣା ଉଠେଇବା ସହିତ ତୁରନ୍ତ ଅନ୍ୟ ଦ୍ୱାର ବି ଭକ୍ତ ଙ୍କ ପାଇଁ ଉନ୍ମୁକ୍ତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ୧ ଲକ୍ଷ ଭକ୍ତ ଙ୍କ ହସ୍ତାକ୍ଷର ରେ ଦାବି ପତ୍ର ଆସନ୍ତା ମାସ ୧ ତାରିଖ ଦିନ ଦିଆଯିବ ।ଏହି ମହତ କାର୍ଯ୍ୟର ଶୁଭାରମ୍ଭ ସିଂହଦ୍ଵାର ସମ୍ମୁଖରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆରମ୍ଭ ହେଇଛି ।ଏହି କାର୍ଯ୍ୟକ୍ରମ ରେ ସମସ୍ତ ବୁଦ୍ଧିଜୀବି, ସେବକ, ନିଯୋଗ, ଭକ୍ତ ସହଯୋଗ କରିବାକୁ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି। ହସ୍ତାକ୍ଷର ଆରମ୍ଭ ର ପ୍ରଥମ ଦିନରେ 200 ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ , ଭକ୍ତ ଆଗ୍ରହ ସହିତ ହସ୍ତାକ୍ଷର କରିଥିଲେ। ଏହି ପନ୍ଦର ଦିନ ହସ୍ତାକ୍ଷର କାର୍ଯ୍ୟକ୍ରମ ରେ ପୁରୀ ଗଜପତି ,ଜଗତଗୁରୁ ଶଙ୍କରାଚାର୍ଯ୍ୟ , ଛତିଶା ନିଯୋଗ , ମନ୍ଦିର ପରିଚାଳନା କମିଟିର ସଦସ୍ୟ ଙ୍କ ସହିତ ଆଲୋଚନା କରି ତାଙ୍କର ସହଯୋଗ କାମନା କରାଯିବ । ଗୁଣ୍ଡିଚା ମନ୍ଦିର ,ରେଳ ଷ୍ଟେସନ ଓ ମନ୍ଦିର ପାଖରେ ଓ ସମସ୍ତ ସାହି ସାହି ବୁଲି ଏହି ହସ୍ତାକ୍ଷର କାର୍ଯ୍ୟକ୍ରମ ନିୟମିତ ଚାଲୁ ରହିବ ବୋଲି ସଙ୍ଘ ତରଫରୁ ନିଷ୍ପତି ହୋଇଛି ।ଏହି କାର୍ଯ୍ୟକ୍ରମ ରେ ସଚେତନ ନାଗରିକ ମଞ୍ଚ ର ସଭାପତି ପ୍ରସନ୍ନ ଦାଶ, ସମ୍ପାଦକ ତ୍ରିଲୋଚନ ଦାସ, ସଂଗଠନ ସମ୍ପାଦକ ସଚିନନ୍ଦନ ଦାଶ, ସହ ସମ୍ପାଦକ ଅଶୋକ ଆଢ , ଉପଦେଷ୍ଟା ହରିଶଙ୍କର ମିଶ୍ର, ଘଣ୍ଟୁଆ ସେବାୟତ ବିଚିତ୍ରା ନନ୍ଦ ସାହୁ,ପ୍ରଶାନ୍ତ କୁମାର ସାହୁ ,ଆଦିତ୍ୟ ନାରାୟଣ ବାରିକ, ସୁଧାଂଶୁ କୁମାର ଜେନା ଓ ଅନ୍ୟ ମାନେ ଏଥିରେ ସହଯୋଗ କରିଥିଲେ |
Posted by: Desk, Indo Kaling Times