
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ସମୁଦ୍ରକୂଳ ଥାନା ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ମାନେ ଗିରଫ ହୋଇଛନ୍ତି l ଅଭିଯୁକ୍ତ ମାନଙ୍କ ମଧ୍ୟରେ ରାଜା ମଲ୍ଲିକ, ସତ୍ୟ ପ୍ରକାଶ, ତିହାଡ଼ି ସାହିର ରଘୁ ମଲ୍ଲିକ, ପୁରୀ ସହରର ଅକ୍ଷୟ ରାଉତ, ବାଟଗାଁ ପୁରୀ ସଦରର ସୁନୀଲ କୁମାରା ସାହୁ, ମାନସ କୁମାର ଭୋଇ ଆଦି ଗିରଫ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।ଏମାନଙ୍କଠାରୁ ଜୀବନ୍ତ ବୋମା, ଗୋଟିଏ ଟିଭି, ସ୍ପୋର୍ଟସ୍ ବାଇକ୍, ଗୋଟିଏ ହିରୋ ସ୍ପ୍ଲେଣ୍ଡର ପ୍ଲସ୍, ଗୋଟିଏ ଭୁଜାଲି ,ଗୋଟିଏ ସାମସଙ୍ଗ ମୋବାଇଲ୍ ଫୋନ୍ ପୋଲିସ ଜବତ କରିଛି |
ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଏସପି ସୁଶୀଲ ମିଶ୍ରଙ୍କ ସୂଚନା ଅନୁଯାୟୀ ଗୌଡ଼ବାଡ଼ ସାହି ମାଛ ବଜାରର ଏକ ଚିକେନ୍ ଦୋକାନରେ ପୁରୀର ଅକ୍ଷୟ ମହାନ୍ତି ଆସି ତାଙ୍କୁ ଦାଦାବଟି ଟଙ୍କା ମାଗିଥିଲେ ଏବଂ ତାଙ୍କୁ ଅଶ୍ଳୀଳ ଭାଷାରେ ଦୁର୍ବ୍ୟବହାର କରିବା ସହ ବୋମା ବିସ୍ଫୋରଣ କରିଥିଲେ । ତାଙ୍କ ସହଯୋଗୀମାନେ ଏହି ଘଟଣାରେ ସମ୍ପୃକ୍ତ ହେବା ସହ ପୁରୀରେ ଅନେକ ବୋମା ବିସ୍ଫୋରଣ ଏବଂ ଗୁଳି ବିନିମୟ ମାମଲା ରେ ସମ୍ପୃକ୍ତ ଥିବାରୁ ମାମଲା ରୁଜୁ କରାଯାଇଥିଲା । ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଥିବା ତଥା ଦାଦାବଟି ଭଳି ଅନେକ ମାମଲାରେ କ୍ରମାଗତ ଭାବରେ ଜଡ଼ିତ ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ପେଶାଲ ଟିମ୍ ଗଠନ କରାଯାଇଥିଲା । ପରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l
Posted by: Desk, Indo Kaling Times