ଭଞ୍ଜନଗର – ଭଞ୍ଜନଗର ଉପ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ଆଜି ସହର ର ବିଭିନ୍ନ ଦୋକାନ ବଜାର ଉପରେ ଏନ.ଏ.ସି ତରଫରୁ ପଲିଥିନ ଓ ସୋଲ କୁ ନେଇ ଚଢ଼ାଉ କରାଯାଇଥିଲା। ସେଥିମଧ୍ୟରୁ ୪ଟି ଦୋକାନ ରୁ ବହୁ ପରିମାଣରେ ପଲିଥିନ ଓ ସୋଲ ଜବତ ହୋଇଛି। ବେଆଇନ ବିକ୍ରୀ ଅଭିଯୋଗରେ ସେମାନଙ୍କ ଠାରୁ ୨୧ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସହର କୁ ପ୍ରଦୂଷଣ ମୁକ୍ତ ରଖିବାକୁ ପଲିଥିନ ଓ ସୋଲ କୁ ବ୍ୟାନ କରାଯାଇଥିବା ବେଳେ କେତେକ ବ୍ୟବସାୟୀ ବେଆଇନ ଭାବେ ଏହାକୁ ବିକ୍ରୀ କରୁଥିବା ଜଣାପଡିଛି।ଆଗାମୀ ଦିନରେ ମଧ୍ୟଏହି ଚଢ଼ାଉ ଜାରିରହିବ ବୋଲି ଜଣାପଡିଛି। ଏଥିରେ ଏନ.ଏ.ସି ର ଦିଲ୍ଲୀପ କୁମାର ସ୍ୱାଇଁ, ଅଶୋକ କୁମାର ପ୍ରଧାନ,ସାହେବ ସାହୁ ଓ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।
Related Stories
October 25, 2024