ମାଲକାନଗିରି, ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ ୧ ର ଚାରଗୋଟି ପଞ୍ଚାୟତରେ ”ଆମ ଓଡିଶା -ନବୀନ ଓଡିଶା ” ଯୋଜନାର ରୂପରେଖା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାଥିଲି ଜୋନ -୧ ଜିଲ୍ଲା ପରିଷଦ ସଭ୍ୟା ଲଷ୍ମୀପ୍ରିୟା ନାୟକ ଏବଂ ଜୋନ ସଂଯୋଜକ ବାବୁଲା ସାହୁ ଯୋଗ ଦେଇଥିଲେ। ମୁଖ୍ୟତଃ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ପଞ୍ଚାୟତ ଗୁଡିକର ଉନ୍ନତି ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଜନ ପ୍ରତିନିଧି ମାନେ ନିଜ ନିଜ ପଞ୍ଚାୟତ ଉନ୍ନତି ପାଇଁ ରୂପରେଖ ପ୍ରସ୍ତୁତ କରିବେ ଓ ସେହି ଅର୍ଥକୁ ଖର୍ଚ୍ଚ କରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରିଛନ୍ତି। ସେଥିପାଇଁ ଆଜି ମାଥିଲି ବ୍ଲକର ମହୁପଦର, କମାରପାଲି, କର୍ତ୍ତନପାଲି ଓ ଟେମୁରୁପାଲି ପଞ୍ଚାୟତ ଗୁଡିକରେ ଆମ ଓଡିଶା ନବୀନ ଓଡିଶା ରୂପରେଖ ଯୋଜନା ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଚାରି ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତର ସମସ୍ତ ୱାର୍ଡମେମ୍ବର, ନାଏବ ସରପଞ୍ଚ ଏବଂ ଗ୍ରାମବାସୀ ସବୁ ଉପସ୍ଥିତ ରହି ପଞ୍ଚାୟତର ଉନ୍ନତି ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଥିଲା।
Posted by: Desk, Indo Kaling Times