
ଭୁବନେଶ୍ଵର, ଗତକାଲିର ଲଘୁଚାପ କ୍ଷେତ୍ର ଆଜି ପଶ୍ଚିମ ଝାଡ଼ଖଣ୍ଡ ପାର୍ଶ୍ଵବର୍ତୀ ଉତର ଛତିଶଗଡ ଏବଂ ଉତର ଆଭ୍ୟନ୍ତରୀଣ ଓଡିଶା ଅଂଚଳରେ କେନ୍ଦ୍ରୀଭୁତ ଏବଂ ଜଡ଼ିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ସକ୍ରିୟ ରହିଛି । ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଜି ବି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି।
Posted by: Desk, Indo Kaling Times