
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବନ୍ଥପଲ୍ଲୀ ଗ୍ରାମପଂଚାୟତର ପୂର୍ବତନ ସରପଂଚଙ୍କୁ ଆକ୍ରମଣ ମାମଲାରେ ଦିଗପହଣ୍ଡି ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗତ ୪ ତାରିଖ ଅପରାହ୍ନରେ ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଂଚାୟତରେ ସରପଂଚ ପ୍ରଶାନ୍ତ ସ୍ଵାଇଁଙ୍କୁ ଆକ୍ରମଣ ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ବନ୍ଥପଲ୍ଲୀ ଗ୍ରାମର ନନ୍ଦନ ବେହେରା (୨୩) ଓ ବ୍ରହ୍ମପୁର ସୁକୁଣ୍ଡା ଗ୍ରାମର ଶଙ୍କର ଗୌଡ (୨୪) । ସେମାନଙ୍କ ଠାରୁ ଗୋଟିଏ ଖଣ୍ଡା ଏବଂ ଏକ ବାଇକ୍ ଜବତ କରାଯାଇଛି ବୋଲି ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତିରଞ୍ଜନ ବେହେରା ସୂଚନା ଦେଇଛନ୍ତି ।
Posted by: Desk, Indo Kaling Times