ଭଦ୍ରକ – ରାଜ୍ୟ ସରକାର କୋମଳମତି ଛାତ୍ରୀମାନଙ୍କ ପାଇଁ ବିଭିନ୍ନ େଯାଜନା ପ୍ରଣୟନ କରି ତାଙ୍କର ସୁରକ୍ଷା ନିମନ୍ତେ ପରି ନାମକ ଏକ େଯାଜନା କରି ଲୋକଙ୍କୁ ସଚେତନ ପାଇଁ ବିଭିନ୍ନ ଶୋଭାଯାତ୍ରା କରୁଛନ୍ତି ା ଏପରିକି ନାବାଳିକା ପ୍ରତି ଦୁଷ୍କର୍ମ ବଢୁଥିବାରୁ ଆଇନରେ ମଧ୍ଯ କଠୋର ବ୍ୟବସ୍ଥା କରାଯାଇଛି ା ହେଲେ ଏହି ଆଇନକୁ ଫୁ କରି କେତେକ ଅସାମାଜିକ ବ୍ୟକ୍ତିମାନେ ଖୋଲମଖୋଲା ଦୁଷ୍କର୍ମ ଭଳି ସଙ୍ଗୀନ ଅପରାଧ ଘଟଣା ପରେ ଘଟଣା ଘଟାଇ ଚାଲିଛନ୍ତି ା ଏପରି ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ମିର୍ଗାହାଟକୂଳ ଗ୍ରାମରେ ା ଅଭିେଯାଗ ଅନୁଯାୟୀ ସେହି ଗ୍ରାମର ଜଣେ ତୃତୀୟ ଶ୍ରେଣୀରେ ପଢୁଥିବା ୮ ବର୍ଷର ନାବାଳିକାକୁ ସେହି ଗ୍ରାମର ଜଣେ ୨୫ ବର୍ଷୟ ଯୁବକ ଅମାନୁଷିକ ଭାବେ ସ୍କୁଲ ପରିସରରେ ଦୁଷ୍କର୍ମ କରିଛି ା ଉକ୍ତ ନାବାଳିକା ଗତକାଲି ଦିନ ୧ଟା ସମୟରେ ସ୍କୁଲରୁ ନିଜ ଘରକୁ ଆସିଥିଲେ ା ଘରୁ ପୁଣି ଦିନ ଅଢେଇଟା ସମୟରେ ସ୍କୁଲକୁ ଫେରିଥିଲେ ା ସେହି ସମୟରେ ସ୍କୁଲ ପରିସରରେ ଛାତ୍ରୀ ଜଣଙ୍କ ଯାଉଥିବା ବେଳେ ସେହି ଗ୍ରାମର ରବୀନ୍ଦ୍ର ମଳିକଙ୍କ ପୁଅ ଶଶିକାନ୍ତ ମଳିକ (୨୫) ତାଙ୍କୁ କିଛି ଟଙ୍କାର ଲୋଭ ଦେଖାଇଥିଲେ ା ପରେ ନାବାଳିକାଙ୍କ ମୁଁହକୁ ଚାପି ଧରି ତାକୁ ଟେକି ନେଇ ସ୍କୁଲ ପରିସରରେ ଥିବା ଏକ ପରିତ୍ୟକ୍ତ ପାଇଖାନା ଘରକୁ ନେଇ ତା ସହିତ ଦୁଷ୍କର୍ମ କରିଥିଲେ ା ସ୍କୁଲ ଛୁଟି ପରେ ସଂପୃକ୍ତା ପୀଡିତା ତାଙ୍କ ପରିବାର ଲୋକଙ୍କୁ ଏସଂପର୍କରେ ଜଣାଇଥିଲେ ା ପରେ ପୀଡିତାଙ୍କ ମାଆ ଘଟଣା ସଂପର୍କରେ ଗତକାଲି ବିଳମ୍ବିତ ରାତିରେ ଧୁଷୁରୀ ଥାନାରେ ଅଭିେଯାଗ କରିଥିଲେ ା ଅଭିେଯାଗ ପାଇଁ ଧୁଷୁରୀ ଥାନାଧିକାରୀ ପ୍ରଫୁଲ୍ଲ ସିଂଙ୍କ ନେତୃତ୍ବରେ ଏକ ପୁଲିସ ଟିମ ଶଶିକାନ୍ତଙ୍କ ଘରେ ଚଢଉ କରି ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ା ଏବଂ ଘଟଣା ଘଟିଥିବା ପରିତ୍ୟକ୍ତ ପାଇଖାନା ନିକଟରୁ ଅଭିଯୁକ୍ତ ଶଶିକାନ୍ତର ଆଧାର କାର୍ଡ ମଧ୍ଯ ପୁଲିସ ଜବତ କରିଛି ା ଆଜି ଉଭୟଙ୍କୁ ପୁଲିସ ଡାକ୍ତରୀ ମାଇନା କରିବା ପରେ ସଂପୃକ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ା ଏନେଇ ଥାନାରେ କେଶ ନଂ-୨୫୪/୧୯ ଭାରତୀୟ ପିଙ୍ଗଳ ଆଇନର ଧାରା ୩୭୬ (ଏ)(ବି) ଏବଂ ପୋକ୍ସୋ ଆଇନରେ ଏକ ମାମଲା ରୁଜୁ ହୋଇଛି ା ତେବେ ଏହି ଘଟଣା ପରେ ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ଦିନ ଅଢେଇଟା ସମୟରେ ସ୍କୁଲ ପରିସରରେ ଥିବା ପାଇଖାନାରେ ଜଣେ ୮ ବର୍ଷର କୁନି ଝିଅକୁ ଜଣେ ଅସାମାଜିକ ଯୁବକ ବଳପୂର୍ବକ ଦୁଷ୍କର୍ମ କରିଥିଲେ ା ହେଲେ ଏହି ସମ୍ବେଦନଶୀଳ ଘଟଣା ଘଟିଥିବା ବେଳେ କିପରି ଭାବେ ସଂପୃକ୍ତା ପ୍ରଧାନ ଶିକ୍ଷୟିତ୍ରୀ ଜାଣି ପାରିନଥିଲେ ା ଶିକ୍ଷାଦାନ ସମୟରେ ପିଲାମାନଙ୍କ ସୁରକ୍ଷା ଦାୟିତ୍ବ ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କ ଥିବା ବେଳେ ଏପରି ଏକ ଅଭାବନୀୟ ଘଟଣା ଘଟିବା ପଛରେ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ଏସଂପର୍କରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଚାହିଥିଲେ ମଧ୍ଯ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ା ଆଜି ଖବରପାଇ ସଂପୃକ୍ତ କ୍ଲଷ୍ଟର ସିଆରସିସି ସ୍କୁଲକୁ ଯାଇ ଘଟଣାର ତଦନ୍ତ କରିଛନ୍ତି ା ତେବେ ଘଟଣା ଘଟିବାର ୨୪ ଘଂଟା ପରେ ଆଜି ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଘଟଣା ସଂପର୍କରେ ବ୍ଲକ ଶିକ୍ଷାଧିକାରୀ ପବିତ୍ରମୋହନ ବାରିକଙ୍କୁ ଅବଗତ କରାଇଛନ୍ତି ା ଆସନ୍ତାକାଲି ବ୍ଲକ ଶିକ୍ଷାଧିକରୀ ସ୍କୁଲକୁ ଯାଇ ତଦନ୍ତ କରିବେ ା ଯଦି ଏହି ଘଟଣାରେ ସ୍କୁଲ ପକ୍ଷରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବହେଳା ଥାଏ ତେବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିକ୍ଷାଧିକାରୀ ଶ୍ରୀ ବାରିକ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ା
Related Stories
November 25, 2024