
ଭୁବନେଶ୍ୱର, ଭୁବନେଶ୍ୱର ମହାନଗର ନିଗମକୁ ମାର୍କେଟ ବିଲ୍ଜିଂ ପରିସରରେ ଥିବା ବିଭିନ୍ନ ସମସ୍ୟାକୁ ଅବଗତ କରାଯାଇଥିଲେ ସୁଦ୍ଧା ବିଏମସି ଏହାକୁ କର୍ଣପାତ କରୁ ନାହିଁ । ତେଣୁ ମାର୍କେଟ ବିଲ୍ଡିଂକୁ ଆଜିଠୁ ବନ୍ଦ ରଖା ଯାଇଛି । ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ଭୁବନେଶ୍ୱର ସବୁଠୁ ଜନଗହଳୀପୂର୍ଣ୍ଣ ମାକେଟ ବିଲ୍ଡିଂ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ହୋଇପାରିନାହିଁ । ମସସ୍ୟା ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା । ପ୍ରତିଶ୍ରୁତି ମୁତାବକ, ଉଠାଦୋକାନୀମାନଙ୍କୁ ବିଏମସି ଉଠାଇପାରିନଥିବାରୁ ବ୍ୟବସାୟୀ ସଂଘ ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ ରଖିଛି ।
Posted by: Desk, Indo Kaling Times