ପୁରୀ,ଶ୍ରାବଣର ଦ୍ଵିତୀୟ ସୋମବାରରେ ଆଜି ଜଳଲାଗି ପାଇଁ ଶ୍ରୀ ଲୋକନାଥ ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି । ନିଷ୍ଠା ଓ ଭକ୍ତିର ସହ କାଉଡିଆ ଭକ୍ତ ମାନେ ଶ୍ରୀ ଲୋକନାଥଙ୍କୁ ଜଳଲାଗି କରୁଛନ୍ତି । ଜିଲ୍ଲା ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ କାଉଡ଼ିଆଙ୍କ ଜଳଲାଗି ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କାଉଡିଆମାନେ ପାର୍ବତୀ ସାଗର ପାଖରୁ ବ୍ୟାରିକେଡରେ ଯାଇ ରୋଷ ଘର ପାଖ ଦେଇ ପହଂଚି ଠାକୁରଙ୍କୁ ଜଳଲାଗି କରୁଛନ୍ତି । ଜଳଲାଗି ପାଇଁ ୨୦ ଟଙ୍କା ଧାର୍ଯ୍ୟ କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଲୋକନାଥ ପୀଠରେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ଵ କାଉଡିଆଙ୍କ ସମାଗମ ହୋଇଛି ।
Posted by: Desk, Indo Kaling Times
Related Stories
November 23, 2024