ମାଲକାନଗିରି, ଚାଷୀ ହେଉଛନ୍ତି ଦେଶର ଅନ୍ୟ ଦାତା। ଖରା ହେଉ ଅବା ବର୍ଷା ଚାଷୀ କିଛି ଖାତିରି ନାହିଁ। ମୁଣ୍ଡର ଝାଳ ତୁଣ୍ଡରେ ପକାଇ ଦୁଇ ମୁଠାଏ ଅନ୍ୟ ପାଇଁ କ”ଣ ନା କରନ୍ତି ଚାଷୀ। ମାଲକାନଗିରି ଜିଲ୍ଳାରେ ପୋଟେରୁ ବୃହତ୍ତ ଜଳସେଚନ ବିଭାଗ ଦ୍ୱାରା ଗମ୍ପାକୋଣ୍ଡା ଓ ତମସା ମୁଖ୍ୟ କେନାଲ ଦ୍ୱାରା ମାଲକାନଗିରି, କୋରୁକୋଣ୍ଡା, କାଲିମେଳା ଓ ପଡ଼ିଆ ବ୍ଲକରେ ଥିବା ଚାଷ ଜମିକୁ ଜଳସେଚନ କରାଯାଉଛି! ଚଳିତ ବର୍ଷ ଗମ୍ପାକୋଣ୍ଡା କେନାଲ ରେ ନିୟମିତ ଭାବେ ପାଣି ଛଡ଼ାଯିବାରୁ ଚାଷୀ ମାନେ ଠିକ ସମୟରେ ବାଦାମ ଚାଷ କରିପାରି ବେଶ ଲାଭବାନ ହୋଇଥିବା ଜଣାପଡିଛି!ଗତ କିଛିଦିନ ଧରି ଜିଲ୍ଲାରେ ବର୍ଷା ମଧ୍ୟ ଜାରି ରହିଛି। ଏହାକୁ ଦେଖି ଚାଷ କାର୍ଯ୍ୟରେ ଓହରି ପଡ଼ିଛନ୍ତି ଚାଷୀ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ନାଲାଗୁଣ୍ଠି ଏବଂ ଟିଗଲ ଗ୍ରାମ ପଞ୍ଚାୟତରେ କିଛି ଚାଷୀଙ୍କ ପାଖରେ ଆମେ ପହଞ୍ଚି ସେମାନଙ୍କ ପ୍ରତିକ୍ରିୟା ନେଇଥିଲୁ। ଜଣାପଡ଼ିଥିଲା ସେମାନେ ବେଶ୍ ଖୁସି ଅଛନ୍ତି କାରଣ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ବିଳମ୍ବ ହୋଇଥିଲା। କିନ୍ତୁ ଏହି ଅଞ୍ଚଳର୮ ଟି ଗାଁର ଚାଷୀମାନେ ଜାକାଲକୁଣ୍ଡି ଡିସ୍ଟରିବୁଟ କେନାଲ ପାଣି ଉପରେ ନିର୍ଭରଶୀଳ ହୋଇଥିବା ବେଳେ। ଶହ ଶହ ଚାଷୀ ଏହି କେନାଲ ପାଣି ଯୋଗୁଁ ଫସଲ ଅମଳ କରି ବେଶ ଲାଭବାନ ହୁଅନ୍ତି।
ଚଳିତ ବର୍ଷ ନାଲାଗୁଣ୍ଠି ,ଏମପିଭି ୭୪, ଏମପିଭି ୬୫, କୋତମେଟା, ଉର୍ମାଗୁଡ଼ା, ମାଡ଼ି ଗୁଡ଼ା ଏମଭି ୭୮, ଏମଭି ୭୨ ଏବଂ ଏମଭି ୧୨୯ ଗ୍ରାମର ଚାଷୀ, ଜାକାଲକୁଣ୍ଡି ଡିସ୍ଟବୁଟ ଏକମାତ୍ର କେନାଲ ପାଣିକୁ ଭରସା କରି ହେକ୍ଟର ହେକ୍ଟର ଜମିରେ ବାଦାମ ଚାଷ କରିଥିଲେ। ଯାହାଦ୍ବାରା ସେମାନେ ବେଶ୍ ଲାଭବାନ ହୋଇଛନ୍ତି। ବାଦାମ ଫସଲ ଅମଳ ପରେ ପରେ। ୨୨ଲକ୍ଷ ଅଟକଳ ବ୍ୟୟବରାଦରେ ସରକାରଙ୍କ ପକ୍ଷରୁ ଉକ୍ତ କେନାଲ ମରାମତି କରାଯାଇଛି । ଯାହାକି ଅତି ନିପୁଣ ଭାବରେ ସମାପନ ମଧ୍ୟ ହୋଇଛି। ସମସ୍ତ କାର୍ଯ୍ୟର ତଦାରଖ ସ୍ଥାନୀୟ ଚାଷୀ ଏବଂ ପାଣି ପଞ୍ଚାୟତ କମିଟି ର ସଦସ୍ୟ ଙ୍କ ଉପସ୍ଥିତି ରେ ସମାପନ କରାଯାଇଥିଲା। କେନାଲ ମରାମତିକୁ ଦେଖି ଅଞ୍ଚଳର ସମସ୍ତ ଚାଷୀ ବେଶ ଖୁସି ବ୍ୟକ୍ତ କରିଛନ୍ତିି। ଏଥି ସହିତ କେନାଲର ରକ୍ଷଣାବେକ୍ଷଣ କୁ ଦୃଷ୍ଟି ଦେଇଥିବା ଯୋଗୁଁ ପୋଟେରୁ ଡିଭିଜନ ର ବରିଷ୍ଠ ଅଧିକାରୀ ମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ଆଗକୁ ଏହି କେନାଲ ମରାମତି ଓ ଚାଷ ସମୟରେ ନିୟମିତ ଭାବେ ଜଳସେଚନ ଯୋଗାଇ ଦେବାକୁ ସ୍ଥାନିୟ ଚାଷୀ ମାନେ ଦାବି କରିଛନ୍ତି!
Posted by: Desk, Indo Kaling Times