
ମାଲକାନଗିରି, ମାଲକାନଗିରି ଜିଲ୍ଲା କନ୍ଧ ସମାଜ ତରଫରୁ ଓଡିଶା କ୍ୟାବିନେଟ ବୈଠକରେ କୁଇ ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପ୍ରସ୍ତାବକୁ ସୁପାରିଶ ହୋଇଥିବା ନେଇ ଜିଲ୍ଲା କନ୍ଧ ସମାଜ ସଭାପତି ଗୋପୀ ପାଙ୍ଗିଙ୍କ ସଭାପତିତ୍ଵରେ ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଇ ଭାଷାକୁ ଆହୁରି ଲୋକାଭିମୁଖୀ କରିବା ଲକ୍ଷ୍ୟରେ ଓଡିଶା କ୍ୟାବିନେଟ ବୈଠକରେ କୁଇ ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପ୍ରସ୍ତାବକୁ ସୁପାରିଶ କରିଛନ୍ତି । ଏହାଦ୍ବାରା କୁଇ ଭାଷା, ସଂସ୍କୃତିର ସଂରକ୍ଷଣ, ବିକାଶ, ପ୍ରଚାର ପ୍ରସାର ଏବଂ ଗବେଷଣା ଆହୁରି ବ୍ୟାପକ ହେବା ସହ ୧୪ ଲକ୍ଷରୁ ଅଧିକ କୁଇ ଭାଷାଭାଷୀ ଜନଜାତି ଲୋକ ଉପକୃତ ହେବେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ସଞ୍ଜିତ ଖରା, ସାଧାରଣ ସମ୍ପାଦକ ହରିବନ୍ଧୁ ଗୋଲରୀ, ଉପଦେଷ୍ଟା ଆନନ୍ଦ ପାଙ୍ଗି, ସଂଗଠନ ସମ୍ପାଦକ ସହଦେବ ପାଙ୍ଗି, ଚିତ୍ରକୋଣ୍ଡି ବ୍ଲକ ସଭାପତି ଦେବ ଖରା, ମାଥିଲି ବ୍ଲକ ସଭାପତି ଗୁରୁନାଥ ପାଙ୍ଗି, କୋରୁକୋଣ୍ଡା ବ୍ଲକ ସଭାପତି ମାଳତି ପାଙ୍ଗି, ମାଲକାନଗିରି ବ୍ଳକ ଉପଦେଷ୍ଟା ବୁଦ୍ରା ଗୋଲରୀ, ଖଇରପୁଟ ଉପଦେଷ୍ଟା ମନ ପାଙ୍ଗି ଓ ସିତାରାମ ପାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ ।
Posted by: Desk, Indo Kaling Times