-
ସ୍ଵାଭାବିକ ବର୍ଷା ୧୩.୫ ମି.ମି. ତୁଳନାରେ ୧୦୩ ପ୍ରତିଶତ ଅଧିକ : ଗତ ୨୪ ଘଂଟାରେ ଝାରସୁଗୁଡ଼ାର କିରମିରା ବ୍ଲକରେ ସର୍ବାଧିକ ୨୧୫ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ଵର,ଗତ ୨୪ ଘଂଟାରେ ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରିୟ ସହ ୨୭.୩ ମି.ମି. ବର୍ଷା ରେକର୍ଡ ହୋଇଛି, ଯାହା ସ୍ଵାଭାବିକ ବର୍ଷା ୧୩.୫ ମି.ମି. ତୁଳନାରେ ୧୦୩ ପ୍ରତିଶତ ଅଧିକ ରହିଛି।
ଗତ ୨୪ ଘଂଟାରେ ଝାରସୁଗୁଡ଼ାର କିରମିରା ବ୍ଲକରେ ସର୍ବାଧିକ ୨୧୫ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Posted by: Desk, Indo Kaling Times