ମାଲକାନଗିରି, ମାଲକାନଗିରି ବ୍ଳକ ଝରାପାଲି ପଞ୍ଚାୟତ ସିଆରସିସି ଗୁରୁପଦ ସରକାରଙ୍କ ଉଦ୍ୟମରେ ପଞ୍ଚାୟତ ତରଫରୁ ଶିକ୍ଷକ ଦେବେନ୍ଦ୍ର କୁମାର ତ୍ରିପାଠୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସଭାରେ ବିଭିନ୍ନ ପଞ୍ଚାୟତ ରୁ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ।
ଅବସରପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ର କୁମାର ତ୍ରିପାଠୀ ଭଦ୍ରକ ଜିଲ୍ଲା ବନ୍ତ ବ୍ଳକର ଦୋଳପଦି ଗ୍ରାମରେ ୧୯୬୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଆଏସିଟି କରି ୦୯.୧୨.୧୯୮୬ ମସିହାରେ ଚାକିରୀରେ ଯୋଗଦେଇ ପ୍ରଥମେ ମାଲକାନଗିରି ଜିଲ୍ଲାର ସଦର ବ୍ଳକ ଗଙ୍ଗାଲା ପଞ୍ଚାୟତର ଚାଉଳିଗୁଡା ଗ୍ରାମରେ କାର୍ଯ୍ୟ ଆରମ୍ଭ କରିଥିଲେ। ସହକାରୀ ଶିକ୍ଷକରୁ ପ୍ରଧାନ ଶିକ୍ଷକ ହୋଇଥିଲେ । ୬ ରୁ ୭ ବର୍ଷ ସିଆରସିସି ଭାବେ ମଧ୍ୟ କାମ କରି ଚାକିରୀ କାଳ ସୁଚାରୁରୂପେ ତୁଲାଇଥିଲେ ଏବଂ ଅଫିସ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରିୟ ଭାଜନ ହୋଇପାରିଥିଲେ। ୧୯୮୩ ମସିହାରେ କୁଡୁମୁଲୁଗୁମ୍ମା ବ୍ଳକର ବିଛିନ୍ନାଞ୍ଚଳରେ ଆଡହକରେ ରହି ଶିକ୍ଷକତା ୧୯୮୬ ମସିହା ଯାଏଁ କରୁଥିଲେ।
ଏହି କାର୍ଯ୍ୟକ୍ରମରେ ଗୌରାଙ୍ଗ ସାଜନ, ବିଆରସିସି ଅଶ୍ଵିନୀ ମାଝୀ, ଏବିଇଓ ଅମୃତଲାଲ ସରକାର, ନାନୀ ଗୋପାଳ ମଲ୍ଲିକ, ଜଗବନ୍ଧୁ ମିଶ୍ର, ଝୁନୁବାଳା ବେହେରା, ସନ୍ତୋଷ କୁମାର ବେଉରା, ଶ୍ରୀକାନ୍ତ କୁମାର ପ୍ରଧାନ ଉପସ୍ଥିତ ଥିଲେ। ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ଠାରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ତ୍ରିପାଠୀଙ୍କ ଶେଷ ଜୀବନ ସୁଖମୟ ହେଉ ଏହି ପ୍ରାର୍ଥନା କରି ସଭା ସାଂଗ କରିଥିଲେ।
Posted by: Desk, Indo Kaling Times