କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଦେଶ ର ଶିଳ୍ପ ରେ ମାନ୍ଦାବସ୍ଥା, ନିଯୁକ୍ତି ନାହିଁ ତଥା ବେକାର ଆଉ ବେରୋଜଗାର ଦେଶ ର ଅର୍ଥନୀତି ରେ ଆଣିଛି ମୁଖ୍ୟ ପ୍ରତିବନ୍ଧକ |ମୋଦୀ ସରକାର ଦେଶ ର ଶିଳ୍ପ, ରାଷ୍ଟ୍ରାୟତ ଉଦ୍ୟୋଗ କୁ କର୍ପୋରେଟ ହାତରେ ବିକିଲେ |ଆଗାମୀ ପିଢ଼ି ସଙ୍କଟରେ, ଶ୍ରମିକ ଙ୍କୁ ମଜୁରୀ ଓ ସାମାଜିକ ନିରାପତ୍ତା ଦେବାପାଇଁ ଥିବା 44ଟା ଶ୍ରମ ଆଇନି କୁ ମୋଦୀ ସରକାର ବଦଳାଇ 4ଟା ଶ୍ରମ କୋଡ଼ କଲେ ଫଳରେ ଶ୍ରମ ଯିବି ଲୋକମାନେ ଅଧିକାର ରୁ ବଂଚିତ ହେଲେ ଏହା ବିରୁଦ୍ଧରେ ଶ୍ରମିକ ଶ୍ରେଣୀ ଏକାଠିହେବା ଜରୁରୀ ବୋଲି ସିଟୁ ର କେନ୍ଦ୍ରୀୟ ସଭାପତି କେ, ହେମଲତା କହିଛନ୍ତି | ପୁରୀ ର ରାଜ ହୋଟେଲ ସମ୍ମିଳନୀ କକ୍ଷ ରେ ସି ଆଇ ଟି ୟୁ ର ରାଜ୍ୟ ସ୍ତରୀୟ ଶିକ୍ଷା ଶିବିର ରେ ରାଜ୍ୟ ରୁ ଶତାଧିକ ୟୁନିଅନ ର ନେତୃତ୍ୱଯୋଗ ଦେଇଥିଲେ | ଏଥି ରେ ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ବିଧାୟକ ଲଖ୍ମଣ ମୁଣ୍ଡା, ଦୁଷ୍ମନ୍ତ ଦାସ, ଉଲ୍ଲାସ ସ୍ୱାଇଁ, ବିମାନ ମାଈତି, ଇନ୍ଦ୍ରମଣି ବେହେରା ପ୍ରମୁଖ ମଂଚାସୀନ ଥିଲେ | ଟ୍ରାନ୍ସପୋର୍ଟ, ରେଳୱେ , ଖଣି ଖାଦାନ, ଇସ୍ପାତ ଶିଳ୍ପ, ଆଶା ପାଚିକା, ନିର୍ମାଣ ଶ୍ରମିକ, ବିଦ୍ୟୁତ କ୍ଷେତ୍ର ରେ କାମ କରୁଥିବା ୟୁନିଅନ ଯୋଗ ଦେଇଥିଲେ | ଏହି ଶିକ୍ଷା ଶିବିର ତିନି ଦିନ ଧରି ଚାଲିବ |ଶ୍ରମ ଆଇନି, ଶ୍ରମିକ ଙ୍କ ଅଧିକାର ସମ୍ପର୍କ ରେ ନେତୃତ୍ୱ ବ୍ୟାଖ୍ୟା କରିଥିଲେ |ଆସନ୍ତା ଦିନରେ ଶ୍ରମିକ ବିରୋଧୀ, ଜନବିରୋଧୀ ଲୋକ ଙ୍କ ଅଧିକାର ହରଣ କରୁଥିବା ମୋଦୀ ସରକାର ଓ କର୍ପୋରେଟ ଙ୍କୁ ପରାସ୍ତ କରିବାକୁ ଆହ୍ୱାନ ଦିଆଯାଇଛି |
Posted by: Desk, Indo Kaling Times