
ଭୁବନେଶ୍ଵର,ଉତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତୀ ଉତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୫.୮ କି.ମି. ଉଚ୍ଚତା ଯାଏଁ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଆଜି ଉପକୂଳ ଓଡ଼ିଶା ତଥା ପାର୍ଶ୍ଵବର୍ତୀ ଅଂଚଳର କିଛି ଜିଲ୍ଲା ସମେତ ଟ୍ଵିନ-ସିଟିରେ ଝିପି-ଝିପି ବର୍ଷା ଲାଗିରହିଛି । ଆଜି ସକାଳ ୮ଟା ୩୦ ସୁଦ୍ଧା କଟକ ସହରରେ ୪୧.୮ ମି.ମି. ରେକର୍ଡ ହୋଇଥିବା ବେଳେ ଭୁବନେଶ୍ଵରରେ ୧୪.୭ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Posted by: Desk, Indo Kaling Times