
ଭୁବନେଶ୍ଵର, ମୌସୁମୀ ନିମ୍ନ ଚାପ ରେଖାର ପୂର୍ବ ଭାଗ ତାର ସାଧାରଣ ଅବସ୍ଥାନର ଦକ୍ଷିଣରେ ରହିଥିବା ବେଳେ ଉତର-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ମୌସୁମୀ ସକ୍ରିୟତା ବୃଦ୍ଧି ହେତୁ ରାଜ୍ୟର ଉପକୂଳ ସମେତ ପାର୍ଶ୍ଵବର୍ତୀ ଅଂଚଳରେ ବର୍ଷା ଲାଗିରହିଛି ।
ଆଜି ସକାଳ ୮ଟା ୩୦ ସୁଦ୍ଧା ପାରାଦୀପରେ ସର୍ବାଧିକ ୧୦୫ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ପୁରୀରେ ୮୬.୬ ମି.ମି., ଢେଙ୍କାନାଳରେ ୭୦ ମି.ମି., ନୟାଗଡ଼ରେ ୪୩.୧ ମି.ମି., କେନ୍ଦ୍ରାପଡାରେ ୨୨.୪ ମି.ମି., ଭୁବନେଶ୍ଵରରେ ୧୪.୭ ମି.ମି., ଗୋପାଳପୁରରେ ୨.୧ ମି.ମି., ଚାନ୍ଦବାଲିରେ ୧୧.୯ ମି.ମି. ଏବଂ ବାଲେଶ୍ଵରରେ ୧୦.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Posted by: Desk, Indo Kaling Times