
-
ଟ୍ୱିନ ସିଟିକୁ ରେନ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
-
ତଳିଆ ଅଂଚଳରେ ପଶିଲା ପାଣି
ଭୁବନେଶ୍ୱର, ଉତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତୀ ଉତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉପକୂଳ ଓଡିଶା ସମେତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଘୁର୍ଣ୍ଣିବଳୟ ଯୋଗୁଁ ଟ୍ୱିନ ସିଟି କଟକ- ଭୁବନେଶ୍ୱରରେ ଝିପି ଝିପି ବର୍ଷା ଲାଗି ରହିଥିବା ବେଳେ ସମୟ ସମୟରେ ପ୍ରବଳ ବର୍ଷା ମଧ୍ୟ ହେଉଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିନସିଟିକୁ ବର୍ଷା ଚେତାବନୀ ଜାରି କରାଯାଇଛି । ଶନିବାର ଦିନ ସାଢେ ୨ ଟା ମଧ୍ୟରେ ଘଡଘଡି ସହ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଛି । ଏହି ସମୟରେ ଟ୍ରାଫିସ୍ ସମସ୍ୟା ଉପୁଜି ପାରେ । ତେଣୁ ଆବଶ୍ୟକ ନଥିଲେ ଘରୁ ନବାହାରିବା , ଗାଡି ଧିରେ ଚଲାଇବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସେହିପରି ତଳିଆ ଅଂଚଳ ଏବଂ ଅଣ୍ଡରପାସ୍ ଗୁଡିକରେ ପାଣି ମଧ୍ୟ ଜମିପାରେ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଚେତାବନୀ ଜାରି ହୋଇଛି ।
ଅପରପକ୍ଷରେ ଲଗାତାର ବର୍ଷା ଯୋଗୁଁ କଟକ ଓ ଭୁବନେଶ୍ୱରର ତଳିଆ ଅଂଚଳର ପାଣି ପଶିଯାଇଛି । ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲିଛି । ଭୁବନେଶ୍ୱର ଇସ୍କନ ସମ୍ମୁଖରେ ପାଣି ଜମା ହେବା ଯୋଗୁଁ ବସ୍ , କାର, ବାଇକ୍ ଇତ୍ୟାଦି ଫସି ରହିଛି । ଭୁବନେଶ୍ୱରର ନୟାପଲ୍ଲୀ , ଲକ୍ଷ୍ମୀସାଗର , ମେଂଚଶ୍ୱର ଓ କଟକର କେଶରପୁର, ଗହ୍ମାଣ୍ଡିଆ, ମେରିଆ ବଜାରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି ।
Posted by: Desk, Indo Kaling Times