
ବଲାଙ୍ଗିର, ସ୍ଥାନୀୟ ଟାଉନ ବାଳିକ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଭାରତୀୟ ଶିକ୍ଷଣ ମଣ୍ଡଳର ଗୁରୁପୂଜନ ଉତ୍ସବ ପଶ୍ଚିମ ପ୍ରାନ୍ତ ଉପ-ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମଂଚାସୀନ ଅତିଥି ଗଣ ବେଦବ୍ୟାସ, ଭାରତମାତା ଓ ମା’ ସରସ୍ଵତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭ୍ୟ ସତ୍ୟାନନ୍ଦ ବିଶ୍ଵାଳ ସଂଗଠନର ଧ୍ୟେୟବାକ୍ୟ ପାଠ କରିଥିଲେ । ପରେ ପୂର୍ବତନ ପ୍ରାନ୍ତ ସଂପାଦକ ଧର୍ମବ୍ରତ ରଥ ସଂଗଠନର ଆଦର୍ଶ ଓ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ ସାହୁ ଏବଂ ପୁନମ ରଣା ଛାତ୍ର ଛାତ୍ରୀଙ୍କ ବିକାଶ ପ୍ରକ୍ରିୟାରେ ଗୁରୁଙ୍କ ଭୂମିକା ସମ୍ପର୍କରେ ସୁଚିନ୍ତିତ ମତ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଅଧ୍ୟାପକ ସତ୍ୟବନ୍ତ ବେଦବାକ ବେଦବ୍ୟାସଙ୍କ ଜୀବନ ବୃତ୍ତାନ୍ତ ତଥା ମହାନ ଗୁରୁ ପରମ୍ପରା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ମଂଚାସୀନ ଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ କସ୍ତୁରି ରଥ ସଂଯୋଜନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସଭ୍ୟ ଗୋବିନ୍ଦ ମିଶ୍ର, ଡ. ଭବାନୀ ଶଙ୍କର ପଟେଲ, ରାମଚନ୍ଦ୍ର ପଟେଲ, ଦିବାକର ହୋତା, ମଦନ ମୋହନ ରଥ, କୃଷ୍ଣଚନ୍ଦ୍ର ମହାକୁର, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ପ୍ରଶନ୍ନ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Posted by: Desk, Indo Kaling Times