
ଗଞ୍ଜାମ, ଗଞ୍ଜାମ ଜିଲ୍ଲାରେ ବେଆଇନ ଲିଙ୍ଗ ନିରୂପଣ ଓ ଭୃଣ ହତ୍ୟା ସମ୍ପର୍କରେ ସୂଚନା ଦେଲେ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନକାରୀଙ୍କୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍ ଙ୍କ ଅଧ୍ୟକ୍ଷତାରେ ଲିଙ୍କ ନିରୂପଣ ନିରୋଧ ଆଇନ ସମ୍ପର୍କିତ ଜିଲ୍ଲା ସ୍ତରିୟ ପରାମର୍ଶ କମିଟିରେ ଏହି ଘୋଷଣା କରାଯାଇଛି ।
ସେହିପରି ଜିଲ୍ଲାରେ ଡାଇଗ୍ନୋଷ୍ଟିକ୍ ସେଂଟର ନିମନ୍ତେ ଆବେଦନ ହୋଇଥିବା ଚିକିତ୍ସାଳୟ ଗୁଡିକର ଲାଇସେନ୍ସ ସମ୍ପର୍କରେ ଆଲୋଚନା କରାଯାଇଛି । ଆବେଦନ ସେଂଟର ଗୁଡିକୁ ଏକ ବୈଷୟିକ ଟିମ୍ ଦ୍ଵାରା ଯାଂଚ୍ କରାଯାଇ ଅନୁମୋଦନ କରାଯାଇଛି । ପ୍ରସବ ପୂର୍ବ ଓ ପରବର୍ତୀ ଲିଙ୍ଗ ନିରୂପଣ ନିରୋଧ ଆଇନ ୧୯୯୪ କୁ କଡ଼ାକଡ଼ି କରିବା ପାଇଁ ନିଷ୍ପତି ହୋଇଛି । ଆଗାମୀ ଦିନରେ ଏଭଳି ଭିଜିଲାଂଟ ହୋଇ କମିଟି ଦ୍ଵାରା ନିୟମିତ ବ୍ୟବଧାନରେ ବ୍ୟାପକ ଚଢ଼ଉ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ୱାନ ଷ୍ଟପ୍ ସେଂଟର ସଖୀ ସମ୍ପର୍କିତ ଏବଂ କନ୍ୟାରତ୍ନର ଆବଶ୍ୟକତା ସମ୍ପର୍କିତ ତଥ୍ୟ ପ୍ରଚାର ପ୍ରସାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Posted by: Desk, Indo Kaling Times