
ବଲାଙ୍ଗିର, ବଲାଙ୍ଗିର ଯୁକ୍ତ ୨ ଛାତ୍ରୀ ଶେଷାଦ୍ରୀ ନାଗ ହତ୍ୟା ମାମଲାରେ ଜଡ଼ିତ ତାଙ୍କ ବୟଫ୍ରେଣ୍ଡ ମିଲନ ରଣାକୁ ଗିରଫ କରିଛି ପୋଲିସ । ମିଲନ ବାହାର ରାଜ୍ୟକୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ତାକୁ ଧରିବାରେ ସଫଳ ହୋଇଛି ।
ଘଟଣା ଦିନ କୌଣସି କଥାକୁ ନେଇ ଶେଷାଦ୍ରୀ ଓ ମିଲନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମିଲନ ଶେଷାଦ୍ରୀଙ୍କ ତଂଟି କାଟି ହତ୍ୟା କରିଥିବା ପୋଲିସ ନିକଟରେ ସ୍ଵୀକାର କରିଛି । ଗତକାଲି ମିଲନକୁ ଗିରଫ କରିବା ପରେ ପୋଲିସ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିଥିଲା । ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ଜବତ କରିଥିଲା । ବଲାଙ୍ଗିର ଟାଉନ ଥାନା ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
Posted by: Desk, Indo Kaling Times