ବଲାଙ୍ଗିର, ଜୁଲାଇ ୧୪ ତାରିଖରୁ ବଲାଙ୍ଗିର ସ୍ଥିତ ପିଆର ହାଇସ୍କୁଲ ଇନଡୋର ବ୍ୟାଡମିନ୍ଟନ ଷ୍ଟାଡିୟମରେ ଓଡିଶା ସିନିଅର ବ୍ୟାଡମିନ୍ଟ ର୍ୟାଙ୍କିଂ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଓଡିଶା ରାଜ୍ୟ ବ୍ୟାଡମିନ୍ଟନ ସଂଘ ଦ୍ଵାରା ଅନୁମୋଦିତ ଏହି ପ୍ରତିଯୋଗିତାକୁ ବଲାଙ୍ଗିର ଜିଲ୍ଲା ବ୍ୟାଡମିନ୍ଟନ ସଂଘ ଆୟୋଜିତ କରୁଛି ।
ଆଜି ଖେଳାଳି ମାନଙ୍କୁ ଓଡ଼ିଶା ମିଲେଟ୍ ମିଶନ ପକ୍ଷରୁ ବଲାଙ୍ଗିର ଜିଲ୍ଲା ମିଲେଟ ମିଶନ ଜିଲ୍ଲା ସଂଯୋଜକ ଯଶୋବନ୍ତ ନାଏକ, ସହ ସଂଯୋଜକ ସମିଧା ଅଗ୍ରୱାଲ ଏଠାରେ କାମ କରୁଥିବା ଏସଏଚଜି ଗୋଷ୍ଠି ଦ୍ଵାରା ସକାଳର ଜଳଖିଆରେ ସ୍ଵାଗତ କରାଯାଇଛି। ସମସ୍ତ ଖେଳାଳି, ଆୟୋଜକ, ଦର୍ଶକ, ସାମ୍ବାଦିକ ମାନଙ୍କୁ ପାରମ୍ପରିକ ମାଣ୍ଡିଆ, ଗୁର୍ଜି ଇତ୍ୟାଦିରେ ପ୍ରସ୍ତୁତ ଖାଦ୍ୟ ମଧ୍ୟରେ ସିଙ୍ଗଡ଼ା, ବରା, ଆଲୁଚପ, ମାଲପୁଆ, ଗୁର୍ଜୀର ଖିରି, ମାଣ୍ଡିଆ ପେୟ ଇତ୍ୟାଦି ଜଳଖିଆରେ ସ୍ଵାଗତ କରାଯାଇଥିଲା। ଆଜିର ସମାଜରେ ପ୍ରଚଳିତ ଖାଦ୍ୟ ବାହାରେ ଏହି ପ୍ରସ୍ତୁତି ଖାଦ୍ୟ ସମସ୍ତଙ୍କୁ ବେଶ୍ ପସନ୍ଦ ଯୋଗ୍ୟ ହୋଇଥିଲା।
Posted by: Desk, Indo Kaling Times