-
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମାଣ୍ଡବିୟା କରିବେ ଉଦ୍ଘାଟନ
ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡବିୟା ଆଜି (ଶୁକ୍ରବାର) ଡେରାଡୁନ୍ରେ ସ୍ୱାସ୍ଥ୍ୟ ଚିନ୍ତନ ଶିବିରର ଉଦ୍ଘାଟନ କରିବେ । ଦୁଇଦିନିଆ ଏହି ଶିବିରର ଆୟୋଜନ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପରିଷଦର ତତ୍ୱାବଧାନରେ କରାଯାଉଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବିକ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଜ୍ୟମନ୍ତ୍ରୀ ଡା. ଭାରତୀ ପ୍ରବୀଣ ପାୱାର ଏବଂ ପ୍ରଫେସର ଏସ୍ପି ସିଂହ ବଘେଲ ମଧ୍ୟ ସାମିଲ ହେବେ । ଏହି ଆୟୋଜନରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ରାଜ୍ୟର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ ।
Posted by: Desk, Indo Kaling Times