-
ନବ ଦାସଙ୍କ ହତ୍ୟାର ତଦନ୍ତ ବାଟବଣା : ସୁରେଶ ପୂଜାରୀ
-
ନବଙ୍କ ରକ୍ତ ଜୁଡୁବୁଡୁ ସାର୍ଟ କୁଆଡେ ଗଲା ?
ଭୁବନେଶ୍ୱର, ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଂଚ ଚାର୍ଜସିଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ । ସେ କହିଛନ୍ତି, ଚାର୍ଜସିଟ ଏକ ରଦ୍ଦି କାଗଜ । ଏହାର ତଦନ୍ତ ଗୋପାଳରୁ ଆରମ୍ଭ ଏବଂ ଗୋପାଳରେ ଶେଷ ହୋଇଛି । ଏପର୍ଯ୍ୟନ୍ତ ଗୋପାଳ ଦାସଙ୍କ ମୋବାଇଲ ଟ୍ରାକ କରାଯାଇନାହିଁ, ଯାହାଫଳରେ ନବ ଦାସଙ୍କ ହତ୍ୟାର ତଦନ୍ତ ବାଟବଣା ହୋଇଛି । ହତ୍ୟାକାଣ୍ଡ ପୂର୍ବରୁ ଗୋପାଳ କାହା ସାଙ୍ଗରେ କଥା ହୋଇଥିଲେ ତାହାର ସବିଶେଷ ତଥ୍ୟ ନାହିଁ । ହତ୍ୟାକାଣ୍ଡର ୧୫ ଦିନ ପୂର୍ବର ଫୋନ ରେକର୍ଡ କାହିଁକି ସଂଗ୍ରହ କରାଗଲାନି? ଏହାସହ ନବ ଦାସ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ କୋର୍ଟକୁ ଦେଇଥିବା ତଥ୍ୟ ସଠିକ ନାହିଁ, ଏଣୁ ଏହା ଏକ ରଦ୍ଦି କାଗଜ ଭଳି । ଗୋପାଳକୁ ପାଗଳ କୁହାଯାଇଥିଲା, ତାହେଲେ ବନ୍ଧୁକ କାହିଁକି ଇସ୍ୟୁ ହେଲା । ୧୮ ରାଉଣ୍ଡ ଗୁଳି ଆସିଲା କିପରି । ଯଦି ୩ ରାଉଣ୍ଡ ଗୁଳି ଚାଲିଥିଲା ତାହେଲେ ଆଉ ଗୋଟିଏ ଖୋକା କୁଆଡେ ଗଲା ? ନବ ଦାସଙ୍କ ରକ୍ତ ଜୁଡୁବୁଡୁ ସାର୍ଟ ଗଲା କୁଆଡେ? ବନ୍ଧୁକରୁ କେତେଦୂରରୁ ଗୁଳି ଚାଲିଛି ତାର ଗ୍ରାଫିକ୍ସ ପ୍ରେଜେଂଟଟେସନ ଚାର୍ଜ ସିଟରେ ନାହିଁ ବୋଲି ଶ୍ରୀ ପୂଜାରୀ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ନବ ଦାସଙ୍କ ଦେହରେ ବାଜିଥିବା ଗୁଳିକୁ ଏଯାଏ ଖୋଜି ପାଇନି ପୁଲିସ । ନବ ଦାସଙ୍କ ହତ୍ୟାରେ ଯେଉଁମାନେ ଲାଭ ପାଇଥାନ୍ତେ, ସେମାନେ ଏହି ତଦନ୍ତରେ ବର୍ତିଗଲେି । ଥରେ ଟ୍ରାଫିକରେ ନବ ଦାସଙ୍କ ଗାଡ଼ି ଅଟକାଇବା, ପୁତୁରାକୁ ନେଇ ଚାକିରି ପାଇଁ ନବ ଦାସଙ୍କ ପାଖକୁ ଯିବା ପରେ ନବ ଦାସ କଥା ନ ଶୁଣିବା ଓ ନବ ଦାସଙ୍କ ସମର୍ଥକଙ୍କ ସହ ଝଗଡ଼ା ହୋଇଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି । ଫଳରେ ଗୋପାଳ ନିଜ ଭାଇ ସହିତ ସମଲେଶ୍ୱରୀ ମନ୍ଦିର ଯାଇଥିଲା ଓ ସଂକଳ୍ପ କରିଥିଲା ନବ ଦାସଙ୍କୁ ମାରିବା ପାଇଁ । କିନ୍ତୁ ବଡ଼ ଭାଇଙ୍କୁ କଣ ଜେରା କରାଗଲା ତାହାର ଚାର୍ଜସିଟରେ ଉଲ୍ଲେଖ ନାହିଁ । ପାଇଖାନା ଟାଙ୍କିରୁ ବାହାରିଥିବା ୩୦ ପୃଷ୍ଠା ପେପରରେ ଲେଖାଯାଇଥିବା ଅକ୍ଷର ସ୍ୱଷ୍ଟ ଦୃଶ୍ୟମାନ ଥିଲା ନା ନାହିଁ ସେ ବିଷୟରେ ଚାର୍ଜସିଟରେ କାହିଁକି ଉଲ୍ଲେଖ ନାହିଁ ବୋଲି ସୁରେଶ ପ୍ରଶ୍ନ କରିଛନ୍ତି ।
Posted by: Desk, Indo Kaling Times