
ବଲାଙ୍ଗିର, ଆନ୍ତର୍ଜାତିକ ମିଲେଟ୍ ବର୍ଷ ୨୦୨୩ ପାଳନ ଅବସରରେ ଓଡିଶା ମିଲେଟ୍ ମିଶନ ତରଫରୁ ସ୍ଥାନୀୟ ପି.ଆର୍. ହାଇସ୍କୁଲ ଷ୍ଟାଡିୟମ୍ ରେ ପୁଷ୍ଟିଶସ୍ୟ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାରା ଓଡିଶା ର ୧୭ ବର୍ଷ ତଥା ତା ଠାରୁ କମ୍ ବୟସର ପ୍ରାୟ ୨୦୦ ଜଣ ବ୍ୟାଡମିନଟନ ପ୍ରତିଯୋଗୀ ଯୋଗ ଦେଇଥିଲେ।
ଏହି ଅବସରରେ ମାଣ୍ଡିଆ ରେ ତିଆରି ସିଙ୍ଗଡ଼ା, ବରା, ଆଳୁଚପ୍, ମାଲପୁଆ, ବିସ୍କୁଟ, ତଥା ଗୂର୍ଜି ଖିରି ବିତରଣ କରାଯାଇଥିଲା। ମିଲେଟ ଜାତୀୟ ଖାଦ୍ୟ ସାଂପ୍ରତିକ ସମୟର ରୋଗ ଯଥା ମଧୁମେହ, ରକ୍ତଚାପ, ମେଦ ବହୁଳତା ଆଦି ରୋଗ ରୁ ମୁକ୍ତି ଦେବା ସହ ଦେହ କୁ ସୁସ୍ଥ ରଖିଥାଏ।
ଏହି ଅବସରରେ ସହର ର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ମିଲେଟ୍ ମିଶନ ର ପ୍ରକଳ୍ପ ଅଧିକାରୀ ସୁନନ୍ଦା ସାହୁ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଳା ସଂଯୋଜକ ଯଶୋବନ୍ତ ନାଏକ ଓ ଅତିରିକ୍ତ ଜିଲ୍ଲା ସଂଯୋଜକ ସମିଧା ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Posted by: Desk, Indo Kaling Times